Only for Entertainment

ରାଜପାଲ ଯାଦବଙ୍କୁ ୬ ମାସର ଜେଲ ଦଣ୍ଡ ।

youtube
0 50

ବଲିଉଡର ଜଣାଶୁଣା ଅଭିନେତା ବା କମେଡିଆନ ରାଜପାଲ ଯାଦବଙ୍କୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟ ୬ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ସେ କୋଟି କୋଟି ଟଙ୍କା ହେରାଫେରି କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ୭ଟି କେସ ରୁଜୁ ହୋଇଛି । ଯେଉଁଥିରେ ପ୍ରତ୍ୟେକ କେସ ପାଇଁ ତାଙ୍କ ଉପରେ ୧.୬୦କୋଟି ଟଙ୍କାର ଜୋରିମନା ଲାଗିଛି ।
ସୂଚନା ମୁତାବକ ଏହି ମାମଲା ୨୦୧୦ର । ତାଙ୍କ ଉପରେ ୫ କୋଟି ଟଙ୍କା ଲୋନ ନେଇଥିବା ଦୋଷ ଲାଗିଛି । ଦିଲ୍ଲୀର ଲକ୍ଷ୍ମୀନଗର ସ୍ଥିତ ମୁରଲୀ ପ୍ରାଇଭେଟ ଲିମିଟେଡ ରାଜପାଲ ଯାଦବ,ତାଙ୍କ ପତ୍ନୀ ଏବଂ କମ୍ପାନୀ ବିରୁଦ୍ଧରେ ଚେକ ବାଉନ୍ସର ଆରୋପ ଲଗାଇଥିଲେ । କୋର୍ଟ ତାଙ୍କୁ ସମନ ମଧ୍ୟ ପଠାଇଥିଲେ ।

 


ତାହା ପ୍ରଥମ ସମନ ନଥିଲା । ଏହା ପୂର୍ବରୁ ମଧ୍ୟ ସମନ ପଠାଯାଇଥିଲା । କିନ୍ତୁ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ୨୦୧୩ରେ ତାଙ୍କୁ ୧୦ ଦିନ ପାଇଁ ପଚରାଉଚରା ପାଇଁ ନିଆ ଯାଇଥିଲା । ସେ ତାଙ୍କ ଫିଲ୍ମ ‘ଅତା ପତା ଲାପତା’ ପାଇଁ ୫ କୋଟି ଟଙ୍କା ଋଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁଜି ନଥିଲେ । ପରିଣାମ ସ୍ୱରୂପ ଶେଷରେ ତାଙ୍କୁ ଜେଲ ଦଣ୍ଡ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More