Only for Entertainment

ରିଲିଜ ହେଲା ଭିନ୍ନ ସ୍ୱାଦର ଓଡିଆ ମ୍ୟୁଜିକ ଭିଡିଓ ସଙ୍ଗ୍ କ୍ରେଜି କ୍ରେଜି, ବିଦେଶୀ ଝିଅଙ୍କୁ ଫ୍ଲର୍ଟ କରୁଥିବାର ନଜର ଆସିଲେ ଅସିତ ଓ ଦୀପକ

you tube
62

ଓଡିଆ ସ୍ରୋତାଙ୍କ ମନଜିଣିବା ପାଇଁ ମୁକ୍ତିଲାଭ କଲା ଭିନ୍ନ ସ୍ୱାଦର ରୋମାଂଟିକ୍ ଗୀତ କ୍ରେଜି କ୍ରେଜି । ଗୀତରେ ମନ ଜିଣିଛି କଣ୍ଠଶିଳ୍ପୀ ଅସିତ୍ ତ୍ରିପାଠୀଙ୍କ ଆକର୍ଷଣୀୟ ଗାୟିକି । ଅଲ୍ ମାୟା ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଓଲିଉଡ୍ ଅଭିନେତା ଦୀପକ ପରିଡାଙ୍କୁ ଦେଖିବାକୁ ମିଳିଛି । ଏହି ମ୍ୟୁଜିକ୍ ଭିଡିଓ ଜରିଆରେ ଓଲିଉଡକୁ କମବ୍ୟାକ୍ କରିଛନ୍ତି ଦୀପକ ।

ଏହି ମ୍ୟୁଜିକ୍ ଭିଡିଓରେ ଦୀପକ ଓ କଣ୍ଠଶିଳ୍ପୀ ଅସିତଙ୍କୁ ଏକାଠି ଦେଖିବାକୁ ମିଳିଛି । ଗୀତର ସୁଟିଂ ଲଣ୍ଡନରେ କରାଯାଇଛି । ଲଣ୍ଡନର ରାସ୍ତାରେ ଫରେନ୍ ଝିଅ ମାନଙ୍କ ସହ ଫ୍ଲର୍ଟ କରିବାରେ ନଜର ଆସିଛନ୍ତି ଦୀପକ ଓ ଅସିତ୍ । ଦୀପକ ଓ ଅସିତଙ୍କ ବିପକ୍ଷରେ ନାୟିକା ଭାବେ ବିଦେଶୀ ସୁନ୍ଦରୀ ସବ୍ରିନା ଏବଂ ଗ୍ରାସ୍ତିଏଲାଙ୍କୁ ଦେଖିବାକୁ ମିଳିଛି ।

ଆକର୍ଷଣୀୟ ମ୍ୟୁଜିକ୍, ମନଛୁଆଁ ଲିରିକ୍ସ ଏହି ଗୀତକୁ କରିଛି ମନଲୋଭା । ଗୀତରେ ଆରବିକ୍ ମ୍ୟୁଜିକର ଟଚ୍ ଶୁଣିବାକୁ ମିଳିଛି । ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ହୋମାୟୁନ୍ ଦେରାକ୍ସନ୍ । ଶୁଭକାନ୍ତ ଦାସଙ୍କ ପ୍ରଯୋଜନାରେ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲୋତଫି କଜ୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More