Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କ୍ରିମି ଡିଜନ ଚିକେନ

delish,com
39

ପ୍ରଥମେ ଚିକେନରେ ଲୁଣ, ସାମାନ୍ୟ ହଳଦୀ, ଅଦା ଓ ରସୁଣ ବଟା,ଧନିଆ ଗୁଣ୍ଡ,ଗରମ ମସଲା, ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମ୍ୟାରିନେଟ କରି ରଖନ୍ତୁ । ଅଧ ଘଂଟା ପରେ ଏକ କଡ଼ାଇ ଗରମ କରନ୍ତୁ । ସେଥିରେ ରିଫାଇନ ତେଲ ପକାନ୍ତୁ । ଏବେ କିଛି ଲବଙ୍ଗ, ଗୋଲମରିଚ, ଗୁଜୁରାତି ଏବଂ ଡାଳଚିନି ପକାନ୍ତୁ । ଏହାପରେ ଛୋଟ କଟା ହୋଇଥିବା ପିଆଜ ପକାଇ କିଛି ସମୟ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ଓ ରସୁଣ ବଟା ପକାନ୍ତୁ । ଏବେ ରଖିଥିବା ଚିକେନକୁ ପକାଇ ଭଲ ଭାବରେ ମିଶାନ୍ତୁ ଏବଂ କିଛି ସମୟ ଘୋଡ଼ାଇ ଦିଅନ୍ତୁ । ଏହାପରେ ଢାଙ୍କୁଣୀ ବାହାର କରି ଦହି ପକାନ୍ତୁ । କିଛି ସମୟ କଷନ୍ତୁ । ଚିକେନ ଭଲ ଭାବରେ କଷନ୍ତୁ ଏବଂ ସିଝିବା ପରେ ସେଥିରେ ଫ୍ରେଶକ୍ରିମ ପକାନ୍ତୁ । ଏହାପରେ ବଟର ଓ କିଛି ଗୋଟା କଂଚା ଲଙ୍କାକୁ ସାମାନ୍ୟ ଚିରି ପକାନ୍ତୁ । କିଛି ସମୟ ମିଶାଇ କସ୍ତୁରୀ ମେଥି ପକାନ୍ତୁ ଓ ପ୍ଲେଟରେ ସର୍ଭ କରନ୍ତୁ କ୍ରିମି ଡିଜନ ଚିକେନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More