Only for Entertainment

‘ୱଣ୍ଡର ଓମେନ’ଙ୍କୁ ‘ସି ହର୍’ ସମ୍ମାନ

Daily post
0 39

‘ୱଣ୍ଡର ଓମେନ’ ଅଭିନେତ୍ରୀ ଗାଲ ଗାଡୋଟଙ୍କୁ ଆଉ ଏକ ସଫଳତା ମିଳିଛି । ‘ୱଣ୍ଡର ଓମେନ’ ଫିଲ୍ମ ପାଇଁ ତାଙ୍କୁ କ୍ରିଟିକ ଚୟସ ଆୱାର୍ଡ ପକ୍ଷରୁ ‘ସି ହର୍’ ଟ୍ରଫି ପ୍ରଦାନ କରାଯାଇଛି । ହଲିଉଡ ଜଗତର ଲିଙ୍ଗଗତ ସମାନତା ଏବଂ ନାରୀଶକ୍ତିକୁ ଦର୍ଶାଇଥିବା ଯୋଗୁଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ‘ସି ହର’ ଆୱାର୍ଡର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମଗ୍ର ମନୋରଂଜନ ଜଗତରେ ନାରୀଶକ୍ତିକୁ ମର୍ଯ୍ୟାଦାଜନକ ଢଙ୍ଗରେ ପରିପ୍ରକାଶ କରିଥିବା ଅଭିନେତ୍ରୀଙ୍କୁ ସମ୍ମାନୀତ କରିବା ।

gal

ପୁରଷ୍କାର ଗ୍ରହଣ କରିବା ବେଳେ ଗାଡୋଟ ମହିଳା ଶକ୍ତି ବିଷୟରେ କହିଥିଲେ । ସେ କହିଥିଲେ ଯେ, ୨୦୧୭ର ୩ଟି ପ୍ରମୁଖ ଫିଲ୍ମ ଥିଲା ‘ଦି ଲାଷ୍ଟ ଜେଡି’, ‘ୱଣ୍ଡର ଓମେନ’, ଏବଂ ‘ବ୍ୟୁଟି ଆଣ୍ଡ ଦି ବିଷ୍ଟ୍’ ଏବଂ ସବୁଥିରେ ମହିଳାମାନେ ହିଁ ନେତୃତ୍ୱ ନେଇଥିଲେ । ଏହାକୁ ପ୍ରଗତି କହାଯାଇପାରେ, କିନ୍ତୁ ମହିଳାଙ୍କ ଅଗ୍ରଗତି ଲାଗି ଆମକୁ ଆହୁରି ଆଗକୁ ଯିବାକୁ ହେବ । ମହିଳାଙ୍କ ଅଧିକାର ଲାଗି ଲଢେଇ କରୁଥିବା ସମସ୍ତଙ୍କ ପାଇଁ ଏହି ଆୱାର୍ଡ ସମର୍ପିତ ବୋଲି ଗାଡୋଟ କହିଛନ୍ତି । ଏହା ସହିତ ଗାଡୋଟ କହିଥିଲେ ଯେ ମୁଁ ସବୁବେଳେ ଏକ ସ୍ୱତନ୍ତ୍ର, ବାସ୍ତବିକ ମହିଳାର ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁଥିଲି ଏବଂ ଏହି ସବୁ ଗୁଣ ମୋତେ ‘ୱଣ୍ଡର ଓମେନ’ ରୂପେ ମିଳିଥିଲା ।

‘ୱଣ୍ଡର ଓମେନ’ ୨୦୧୭ର ସୁପରହିଟ ଫିଲ୍ମ ମଧ୍ୟରୁ ଏକ । ଏହି ଫିଲ୍ମଟି ଆମେରିକାରେ ସ୍ପାଇଡରମ୍ୟାନର ରେକର୍ଡକୁ ପଛରେ ପକାଇ ୪୦୪ ମିଲିୟନ ଡଲାରରୁ ଅଧିକ ଆୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More