Only for Entertainment

ଛୁଟି ମନାଇବାକୁ ଯାଇଥିଲେ ମହିଳା, କୁମ୍ଭୀର କଲା ଏଭଳି ଅବସ୍ଥା ।

nesn.com
0 36

ଆମେରିକାର ସାଉଥ କେରୋଲିନାରେ ଏକ ବିଶାଳ କୁମ୍ଭୀର ଜଣେ ମହିଳାଙ୍କ ଶରୀରର ଅଧା ଅଂଶକୁ ଖାଇଯାଇଛି । ମହିଳା ଜଣକ ଗୋଲ୍ଫ କୋର୍ସ ନିକଟରେ ନିଜ କୁକୁରକୁ ବଂଚାଇବା ସମୟରେ କୁମ୍ଭୀର ଆକ୍ରମଣ କଲା । ପରେ ସେହି କୁମ୍ଭୀରକୁ ଗୁଳି ମାରା ଯାଇଥିଲା । ମହିଳାଙ୍କ ନାମ କେସେଣ୍ଡ୍ରା ।ତାଙ୍କ ମୃତ୍ୟୁ ପରେ ତାଙ୍କ କୁକରକୁ ପଡ଼ୋଶୀଙ୍କୁ ଦେଇ ଦିଆଗଲା ।

ଖବର ଅନୁସାରେ ଘଟଣାଟି ଗତ ସୋମବାରର । ମହିଳାଙ୍କ ବୟସ ୪୫ ବର୍ଷ । ଏକ ରିସର୍ଟରେ ମହିଳା ଜଣକ ଛୁଟି ବିତାଉଥିଲେ । ସକାଳ ସମୟରେ ସେ ତାଙ୍କ ପୋଷା କୁକରକୁ ବୁଲାଉଥିଲେ । ଏହା ପରେ କୁକୁର ଗୋଲ୍ଫ କୋର୍ସର ବର୍ଡର ନିକଟକୁ ଚାଲିଗଲା,ସେଠାରେ ବିପଦର ଆଶଙ୍କା ଦେଖି ମହିଳା ଜଣକ କୁକରକୁ ବଂଚାଇବା ପାଇଁ ତା ପଛେ ପଛେ ଦୌଡ଼ିଲେ । ଏହି ମଧ୍ୟରେ କୁମ୍ଭୀର ତାଙ୍କୁ ଧରିନେଲା ଓ ତାଙ୍କ ଶରୀରର ଅଧା ଅଂଶ ଖାଇଗଲା । ଗାଇସ ବଂଚାଇବା ବେଳକୁ କୁମ୍ଭୀର ମହିଳାଙ୍କ ଗୋଡ଼କୁ ଟାଣି ନେଇ ଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More