କାଉକୁ ସମସ୍ତେ ଚତୁର ପକ୍ଷୀ ବୋଲି କହିଥାନ୍ତି । ଏପରିକି କାଉ ମଣିଷର ମୁହଁ ମଧ୍ୟ ଚିହ୍ନିପାରେ । କାଉର ବୁଦ୍ଧିସ୍ତର ସିମ୍ପାଞ୍ଜି ସହ ସମାନ । ତେଣୁ କାଉକୁ ଖାଦ୍ୟର ଲୋଭ ଦେଖାଇ, ସଫେଇ କାମରେ ଲଗାଯାଇପାରିବ । ଆମଷ୍ଟରଡାମର ଗଳି-କନ୍ଦି, ରାସ୍ତାଘାଟରୁ ସିଗାରେଟ ବଟ୍ ସଫା କରିବା ପାଇଁ କାଉମାନଙ୍କୁ ତାଲିମ ଦେବା ଆରମ୍ଭ କରାଯାଇଛି । ଆଉ ଏହି ପ୍ରୟାସ କରିଛନ୍ତି ଦୁଇଜଣ ଡଟ୍ ଯୁବକ ।

ତେବେ କାଉଙ୍କୁ ତାଲିମ ଦେବାରେ ଏହା ପ୍ରଥମ ଉଦ୍ୟମ ନୁହେଁ । ଗତ କିଛି ବର୍ଷ ତଳେ ଜୋସୁଆ କ୍ଲେନ ନାମକ ଜଣେ ବ୍ୟକ୍ତି ଏଥିପାଇଁ କୁଆ ବାକ୍ସ ପ୍ରକଳ୍ପ ଆରମ୍ଭ କରିଥିଲେ । ରାସ୍ତାଘାଟରେ ଲୋକେ ହଜାଉଥିବା ପଇସା ଖୋଜି ବାକ୍ସରେ ପକାଇଲେ, କାଉମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ସେ ପ୍ରଥମେ କେତେକ କାଉଙ୍କୁ ଟ୍ରେନିଂ ଦେଇଥିଲେ । ଏହାପରେ କାଉମାନେ ପରସ୍ପରକୁ ତାଲିମ ଦେଇ ଏହି କାର୍ଯ୍ୟରେ ଅଭ୍ୟସ୍ତ କରାଇଥିଲେ ।