Only for Entertainment

ହାର୍ଟ ଆଟାକ୍ ଆଶଙ୍କାଙ୍କୁ ଯଥେଷ୍ଟ କମ୍ କରେ ଜିରା ପାଣି

hindi rush
68

ଜିରାରେ ପ୍ରଚୁର ମାତ୍ରାରେ ଆଂଟି ଅକ୍ସିଡାଂଟ, ଆଇରନ, କପର, ପୋଟାସିୟମ, କ୍ୟାଲସିୟମ ଏବଂ ଫସଫରସ ରହିଥାଏ । ଏହା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର ସାହାଯ୍ୟ କରିଥାଏ । କିନ୍ତୁ କେବଳ ଜିରା ନୁହେଁ ବରଂ ଏହାର ପାଣି ମଧ୍ୟ ଯଥେଷ୍ଟ ଉପକାରୀ । ଏହା ଆପଣଙ୍କୁ ଫିଟ ଏବଂ ଫ୍ରେଶ ରଖିଥାଏ ।

  • ରାତିରେ ୧ ଗ୍ଲାସ ପାଣିରେ ୨ ଚାମଚ ଜିରାକୁ ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଜିରା ସହିତ ଫୁଟାଇ ଦିଅନ୍ତୁ । ସାମାନ୍ୟ ଗରମ ହେବା ପରେ ଛାଣି ଚା’ ଭଳି ପିଅନ୍ତୁ । ତେବେ ଏହାର ଫାଇଦା ପାଇଁ ଆଉ କେତେକ ବଡ଼ ବଡ଼ ଉପାୟ ରହିଛି, ଆସନ୍ତୁ ଆଲୋଚନା କରିବା ।
  • ଏହା ଶରୀରର ମେଟାବଲିଜିମକୁ ଅଧିକ ବଢାଇଥାଏ, ଯାହା ଦ୍ୱାରା ଶରୀରରେ ଠିକ ଭାବରେ କ୍ୟାଲୋରୀ ସୃଷ୍ଟି ହୁଏ ଏବଂ ବଳକା ଫ୍ୟାଟ କମ ହୁଏ । ପ୍ରତିଦିନ ସକାଳେ ଏହି ଉପାୟକୁ କରି ଆପଣ ଖୁବ କମ ଦିନରେ ଓଜନ ହ୍ରାସ କରିପାରିବେ ।
  • ଏହାକୁ ପିଇବା ଦ୍ୱାରା ପେଟ ଯନ୍ତ୍ରଣା, ପେଟ ଫୁଲିବା ବା ଗ୍ୟାସ ଆଦିରୁ ମୁକ୍ତି ମିଳେ । ଏହା ସହିତ ଆସିଡିଟି ସମସ୍ୟା ମଧ୍ୟ ଦୂର ହୁଏ ।
  • ଏଥିରେ ଥିବା ଭିଟାମିନ ଏ ଏବଂ ସି ଶରୀରର ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବଢାଇ ଶରୀରକୁ ସୁସ୍ଥ ରଖିଥାଏ ।
  • ଏହା ଦ୍ୱାରା ଫ୍ୟାଟ ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବାରୁ ହାର୍ଟ ଆଟାକ ହେବାର ସମ୍ଭାବନା କମ ହୋଇଯାଏ ।
  • ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ । ଯାହା ଦ୍ୱାରା ଆପଣଙ୍କୁ ଦୁର୍ବଳ ଅନୁଭବ ହେବାରୁ ମୁକ୍ତି ମିଳେ । ଶରୀରରେ ହେଉଥିବା ଯନ୍ତ୍ରଣା ଆଦିରୁ ମଧ୍ୟ ମୁକ୍ତି ମିଳେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More