Only for Entertainment

ଘରେ ହିଁ ପ୍ରସ୍ତୁତ କରନ୍ତୁ କଷ୍ଟାର୍ଡ କୁଲଫି

Archana's Kitchen
0 47

ସାମଗ୍ରୀ-

କ୍ଷୀର- ୨ କପ
ଚିନି- ଅଧା କପ
କଷ୍ଟାର୍ଡ ପାଉଡର- ୨ ଚାମଚ
କ୍ରିମ- ୧ କପ
ଛୋଟ କଟା ଡ୍ରାଏ ଫ୍ରୁଟସ

ପ୍ରଣାଳୀ-

ପ୍ରଥମେ ଏକ ପ୍ୟାନରେ ୨ କପ କ୍ଷୀର ନେଇ ଫୁଟାନ୍ତୁ । ଏହାପରେ କ୍ଷୀରରେ ଚିନି ମିଶାଇ ଭଲ ଭାବେ ମିଶାନ୍ତୁ । ଅନ୍ୟ ଏକ ବଉଲରେ ଅଧା କପ କ୍ଷୀର ନେଇ ସେଥିରେ କଷ୍ଟାର୍ଡ ପାଉଡର ମିଶାନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଆଞ୍ଚରେ ବସାଇଥିବା କ୍ଷୀରରେ ମିଶାଇ କ୍ଷୀର ଗାଢ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । କ୍ଷୀର ଗାଢ ହେବା ପରେ ଏହାକୁ ଥଣ୍ଡା ହେବ ପାଇଁ ଛାଡି ଦିଅନ୍ତୁ । ଏହାପରେ ଅନ୍ୟ ଏକ ବାଉଲରେ କ୍ରିମ ନେଇ ତାକୁ ବ୍ଲେଣ୍ଡ କରନ୍ତୁ । ଏହା ପରେ କ୍ରିମରେ ଥଣ୍ଡା ହେବା ପାଇଁ ରଖିଥିବା କଷ୍ଟାର୍ଡ ମିଲ୍କ ପକାଇ ପୁଣି ଥରେ ବ୍ଲେଣ୍ଡ କରନ୍ତୁ । ବର୍ତ୍ତମାନ କୁଲଫି ମେକରରେ ମିଶ୍ରଣକୁ ପକାଇ ଫ୍ରିଜରେ ୮ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଆପମଙ୍କର କୁଲ୍ଫି । ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More