Only for Entertainment

ଚାଲିବା ଏବଂ ସାଇକେଲ ଚଲାଇବା ଦ୍ୱାରା ଆସିନଥାଏ ହାର୍ଟ ଆଟାକ ।

truebaliexperience.com
0 39

ଏକ ଗବେଷଣାରୁ ଜଣାଗଲାଯେ କାରରେ ଯିବା ଅପେକ୍ଷା ଚାଲିବା ଏବଂ ସାଇକେଲରେ ଯାଉଥିବା ଲୋକଙ୍କୁ ହୃଦରୋଗ ଆସିବାର ସମ୍ଭାବନା ଖୁବ କମ ରହିଥାଏ ।

ଏହି ଫିଜିକାଲ ଆକ୍ଟିଭିଟି ହୃଦରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ ଦେଖାଯାଉଛିଯେ ଏହାର ଫାଇଦା ଥିବା ସତ୍ତେ୍ୱ ଏହାକୁ କେତେକ ଦେଶରେ ଇଗନୋର କରାଯାଉଛି ।

ଏହାକୁ ନେଇ ଏକ ଗବେଷଣା କରାଯାଇଥିଲା । ଯେଉଁଥିରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ,ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକଲ ମେଡିସିନ ଏବଂ ଇମ୍ପିରିଅର କଲେଜ ଲଣ୍ଡନ ସାମିଲ ଥିଲେ । ଏହି ଷ୍ଟଡକୁ ହାର୍ଟ ନାମକ ମାଗାଜିନରେ ସାମିଲ କରାଯାଇଥିଲା । ଏଥିରେ ୨୦୦୬ରୁ ୨୦୧୦ ମଧ୍ୟରେ ୩ ଲକ୍ଷ ୫୮ ହଜାର ୭୯୯ ଲୋକଙ୍କ ଡାଟା ଏକାଠି କରାଗଲା । ସେମାନେ ଅଧିକତର କ’ଣ ବ୍ୟବହାର କରନ୍ତି ତାହା ମଧ୍ୟ ପଚରାଗଲା । ଦେଖାଗଲାଯେ ଏଥିପାଇଁ ସେ କେବଳ କାରର ବ୍ୟବହାର କରନ୍ତି ବା ଅନ୍ୟ ବିକଳ୍ପ ।

ଜଣାଗଲାଯେ ଏକ ତୃତୀୟାଂଶ ଲୋକ ଅଫିସ ବା କାମ ସ୍ଥାନକୁ ଯିବା ପାଇଁ କାର ବ୍ୟବହାର କରୁଛନ୍ତି । ସାଇକେଲରେ ଯିବା ଲୋକଙ୍କ ସଂଖ୍ୟା ତୁଳନାତ୍ମକ ଅନୁସାରେ କମ ଥିଲା । ଗବେଷଣାରୁ ଜଣାଗଲାଯେ ନିୟମିତ ସାଇକେଲରେ ଯିବା ବା ଚାଲି ଚାଲି ଯିବା ଆସିବା କରିବା ଲୋକଙ୍କର କାରରେ ଯିବା ଆସିବା କରିବା ଲୋକଙ୍କ ଅପେକ୍ଷା ୧୧ ପ୍ରତିଶତ ହୃଦରୋଗର ସମସ୍ୟା କମ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More