Only for Entertainment

ଫୋନି ବାତ୍ୟା ପାଇଁ ସାହାଯ୍ୟ କଲେ କୁନି ଝିଅ, ରିଲିଫ ଫଣ୍ଡକୁ କଲେ ଦାନ!

45

ଓଡିଶାର ଅଣ୍ଟା ଭାଙ୍ଗିଦେଇଛି ଫୋନି । ରାଜଧାନୀ ଭୁବନେଶ୍ୱର ସମେତ ପୁରୀରେ ତାଣ୍ଡବ ରଚିଛି ବାତ୍ୟା ଫୋନି । ବାତ୍ୟାରେ ଅନେକ ଲୋକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ଓଡିଶାବାସୀଙ୍କୁ ସହାୟତା ଦେବା ପାଇଁ ଅନେକ ଲୋକ ରାଜ୍ୟ ଓ ଲୋକ ଆଗେଇ ଆସିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଫୋନିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ଦାନ କରିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

ସେହିଭଳି ଦୁଇଜଣ କୁନି ଝିଅ ସାହାଯ୍ୟର ହାତ ବଢାଇଛନ୍ତି । ବାତ୍ୟା ବିପନ୍ନଙ୍କ ପାଇଁ ନିଜ ଜୀବନର ସଂଚୟ ରାଶି ୧୦,୦୦୦ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଦୁଇ କୁନି ଝିଅ ବରଗଡ ଜିଲ୍ଲା ସୋହେଲା ବ୍ଲକ ବୌସେନାମୋରାର ଦୁଇ ଶିଶୁ ମନୀଷା ରାଣୀ ଏବଂ ଲିପ୍ସାରାଣୀ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More