Only for Entertainment

ସଲମାନ ଖାନଙ୍କ ଦବଙ୍ଗ୩ ‘ ୨ୟ ଦିନରେ ଆୟ କଲା ଏତେ କୋଟି, ଖୁବଶୀଘ୍ର କରିବ ୧୦୦କୋଟି ପାର !

45

ସଲମାନ ଖାନ, ସୋନାକ୍ଷୀ ସିନହା ଏବଂ ସାଇ ମାଜରେକରଙ୍କ ଫିଲ୍ମ ଦବଙ୍ଗ୩’ ବକ୍ସଅଫିସରେ ନିଜ ଯାଦୁ ଦେଖାଇବାରେ ଲାଗିଛି । ପ୍ରଥମ ଦିନରେ ଫିଲ୍ମ ବକ୍ସଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା । ତରଣ ଆଦର୍ଶଙ୍କ ଟ୍ୱିଟ ମୁତାବକ ଦବଙ୍ଗ୩’ ପ୍ରଥମ ଦିନରେ ୨୪କୋଟି ଟଙ୍କା ଆୟ କରିଥିଲେ । ସେହିଭଳି ୨ୟ ଦିନରେ ୨୨ରୁ ୨୪କୋଟି । ଯେଉଁ ଗତିରେ ଏହି ଫିଲ୍ମ ଆୟ କରୁଛି ଖୁବ ଶୀଘ୍ର ଏହା ୧୦୦କୋଟି କ୍ଲବରେ ସାମିଲ ହୋଇଯିବ । କାରଣ ନିକଟରେ ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ପର୍ବ ପାଇଁ ଫିଲ୍ମ ଖୁବ ଭଲ ବ୍ୟବସାୟ କରିବ ।

୧୦୦କୋଟି ବଜେଟ ରେ ପ୍ରସ୍ତୁତ ଏହି ଫିଲ୍ମକୁ ପ୍ରଭୁଦେବା ନିର୍ଦେଶନା ଦେଇଛନ୍ତି । ଏହି ସିରିଜରେ ଚୁଲବୁଲ ପାଣ୍ଡେଙ୍କ ଅତୀତ ଦେଖିବାକୁ ମିଳିଛି, ଯେଉଁଠି ସେ ଖୁସି (ସାଇ ମଂଜରେକର )ଙ୍କୁ ଭଲ ପାଉଥିଲେ ଏବଂ ତାଙ୍କୁ ବାଲି ସିଂ ଅର୍ଥାତ (କିଚା ସୁଦୀପ)ତାଙ୍କୁ ମାରିଦେଉଛନ୍ତି  । ଯେତେବେଳେ କିଛି ଦିନ ପରେ ଚୁଲବୁଲ ଙ୍କ ସାମ୍ନା ବାଲିଙ୍କ ସହ ହେଉଛି ତ କଣ ହେଉଛି ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଏଠାରେ ଆମେ କହି ରଖୁଛୁ ଯେ, ସଲମାନ ଖାନଙ୍କ ଚୁଲବୁଲ ପାଣ୍ଡେ ଭୂମିକା ଦର୍ଶକଙ୍କୁ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More