Only for Entertainment

‘ଦବଙ୍ଗ-୩’ ଜରିଆରେ ବଲିଉଡ ଡେବ୍ୟୁ କରିପାରନ୍ତି ମହେଶ ମାଞ୍ଜରେକରଙ୍କ ଝିଅ ଅଶ୍ୱାମୀ !

MensXP
0 33

‘ଦବଙ୍ଗ-୩’ର ଘୋଷଣା ହେବାପରେ ଏହାର ଷ୍ଟାର କାଷ୍ଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସଲମାନ ଏବଂ ସୋନାକ୍ଷୀଙ୍କ ନାମ ଫିଲ୍ମରେ ଫାଇନାଲ ହୋଇଥିଲେ ମଧ୍ୟ ଖବର ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ଜରିଆରେ ଆଉ ଜଣେ ଷ୍ଟାର କିଡଙ୍କ ଏଣ୍ଟ୍ରି ହେବାକୁ ଯାଉଛି ।

ଖବର ଅନୁସାରେ ସଲମାନଙ୍କ ବନ୍ଧୁ ଅଭିନେତା ମେହେଶ ମାଞ୍ଜରେକରଙ୍କ ଝିଅ ଅଶ୍ୱାମୀ ମାଞ୍ଜରେକରଙ୍କୁ ଫିଲ୍ମ ‘ଦବଙ୍ଗ ୩’ ଜରିଆରେ ଡେବ୍ୟୁ କରାଯାଇପାରେ ।

ashwami

 

ସଲମାନ ଖାନଙ୍କ ସହିତ ‘ୱାଣ୍ଟେଡ’, ‘ରେଡୀ’, ‘ବଡିଗାର୍ଡ’, ‘ଜୟ ହୋ’ ପରି ସୁପରହିଟ ଫିଲ୍ମରେ ସ୍କ୍ରିନ ସେୟାର କରିଥିବା ମହେଶ ମାଞ୍ଜରେକର ଝିଅ ଅଶ୍ୱାମୀଙ୍କୁ ବଡ ଷ୍ଟାରଙ୍କ ସହିତ ବଲିଉଡ ଡେବ୍ୟୁ କରିବା ପାଇଁ ଚାହୁଁଛନ୍ତି । ଏପରି ସ୍ଥିତିରେ ସଲମାନଙ୍କ ଠାରୁ ଭଲ ବିକଳ୍ପ ତାଙ୍କୁ ମିଳିନପାରେ । ଅନ୍ୟପକ୍ଷରେ ନିଜ ଫିଲ୍ମରେ ନୂଆ ଚେହେରାଙ୍କୁ ଲଂଚ କରିବାର ସୁଯୋଗ ଦେଇଥାନ୍ତି ଏହା ସହିତ ମେହେଶ ସଲମାନଙ୍କର ଭଲ ବନ୍ଧୁ ମଧ୍ୟ । ଯଦି ସମ୍ଭବ ହୁଏ ତେବେ ବଲିଉଡରେ ଆଉ ଜଣେ ଷ୍ଟାରକିଡଙ୍କୁ ଦେଖିବାକୁ ମିଳିପାରେ ।

image

ଖବର ଅନୁସାରେ ଅରବାଜ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁଥିବା ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ଏହାର କାହାଣୀ ଟିନ୍ ଏଜ ଲଭ ଷ୍ଟୋରୀ ଉପରେ ଆଧାରିତ । ଫିଲ୍ମରେ ସଲମାନଙ୍କ ଟିନ୍ ଏଜକୁ ଫ୍ଲାସବ୍ୟାକ ଜରିଆରେ ଦର୍ଶାଯିବ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More