Only for Entertainment

ରିଲିଜ ହେଲା ଫିଲ୍ମ ଦବଙ୍ଗ୩’ର ଆଉ ଏକ ମୋଶନ ପୋଷ୍ଟର, ଚୁଲବୁଲ ପାଣ୍ଡେଙ୍କ ସହ ନଜର ଆସିଲେ ରାଧେ !

23

୨୦୨୦ ଇଦରେ ଆସୁଛନ୍ତି ରାଧେ । ଦର୍ଶକଙ୍କୁ ରାଧେ ଚରିତ୍ରରେ ଅଭିନୟ କରି ଏଂଟରଟେନ କରିବେ ଭାଇଜାନ ସଲମାନ ଖାନ । ରାଧେ ‘ଇୟୋର ମୋଷ୍ଟ ୱାଂଟେଡ ଭାଇ’ରେ ରହିଛି ସଲମାନ ଖାନଙ୍କ ଅଭିନୟ । ଫିଲ୍ମର ସୁଟିଂ ଚାଲିଥିବାବେଳେ ଏବେ ଜାରି କରାଯାଇଛି ଆଉ ଏକ ମୋସନ ପୋଷ୍ଟର । ଭିଡିଓର ପ୍ରଥମ କିଛି ସମୟର ଦୃଶ୍ୟରେ ସଲମାନ ଦବଙ୍ଗ ଓ ରାଧେ ଦୁଇଟି ଅବତାରରେ ନଜର ଆସୁଛନ୍ତି ଟ୍ୱିଟର ପେଜରେ ସଲମାନ ଏହି ମୋସନ ପୋଷ୍ଟରକୁ ଜାରି କରିବା ସହ ଏକ ମଜାଳିଆ କମେଂଟ ମଧ୍ୟ ଦେଇଛନ୍ତି । ତେବେ ଏଠାରେ କହି ରଖୁଛୁ ଯେ ଏହି ମୋଶନ ପୋଷ୍ଟରରେ ସଲମାନ ଖାନଙ୍କ ଆଗାମୀ ଆଉ ଏକ ଫିଲ୍ମର ଝଲକ ଦେଖିବାକୁ ମିଳିଛି । ସୋହେଲ ଖାନଙ୍କ ପ୍ରଯୋଜନା ଓ ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି ରାଧେ । ସଲମାନଙ୍କ ବିପକ୍ଷରେ ଦିଶା ପାଟନୀଙ୍କ ଅଭିନୟ ଦେଖିବାକୁ ମିଳିବ ।

ତେବେ ଡିସେମ୍ବରରେ ଆସୁଥିବା ଫିଲ୍ମ ଦବଙ୍ଗ୩ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଡିସେମ୍ବର୨୦ରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ପ୍ରଭୁ ଦେବା ଏବଂ ଏଥିରେ ପ୍ରଯୋଜନା ଭାର ତୁଲାଇଛନ୍ତି ସଲମାନ ଖାନ, ଅରବାଜ ଖାନ ଏବଂ ନିଖିଲ ଦ୍ୱିବେଦୀ । ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସରେ ଏହି ଫିଲ୍ମ ପ୍ରସ୍ତୁତ ହେଉଛି । ତେବେ ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସୋନାକ୍ଷୀ ସିହ୍ନା, ସଇ ମାଂଜରେକର, ସୁଦୀପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More