Only for Entertainment

ଏଥର ସଲମାନଙ୍କ ସହ ନିଜର ବର୍ଥଡେ ସେଲିବ୍ରେଟ କରିବେ ପ୍ରଭୁଦେବା, ଏହା ହେଉଛି କାରଣ !

31

ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁ ଦେବା ୩ମାର୍ଚ୍ଚ ଅର୍ଥାତ ଆଜି ନିଜ ବର୍ଥଡେ ସେଲିବ୍ରେଟ କରୁଛନ୍ତି । ପ୍ରଭୁ ଦେବା ଜଣେ ଖୁବ ଭଲ ଡାନ୍ସର ରୁପେ ମଧ୍ୟ ପରିଚିତ । ଫ୍ୟାନ୍ସମାନେ ତାଙ୍କୁ ଭାରତର ମାଇକେଲ ଜାକସନ ମଧ୍ୟ କହନ୍ତି । ସେ ସଫଳ କୋରିଓଗ୍ରାଫର ସହ ଶାନଦାର ଫିଲ୍ମମେକର ମଧ୍ୟ ଅଟନ୍ତି ।

 

View this post on Instagram

 

Shooting for #dabangg3 on the beautiful ghats of Narmada

A post shared by Salman Khan (@beingsalmankhan) on

ପ୍ରଭୁଦେବା କିଛି ଦିନ ହେବ ସଲମାନ ଖାନଙ୍କ ସହ ଫିଲ୍ମ ଦବଙ୍ଗ୩ ପ୍ରସ୍ତୁତ କରୁଛନ୍ତି । ପ୍ରଭୁଦେବା ଏହି ଫିଲ୍ମର ସୁଟିଂ ପାଇଁ ସଲମାନଙ୍କ ସହ ମଧ୍ୟ ପ୍ରଦେଶରେ ଅଛନ୍ତି । ଏଥର ସେ ସଲମାନଙ୍କ ସହ ସୁଟିଂ ସେଟରେ ନିଜ ବର୍ଥଡେ ସେଲିବ୍ରେଟ କରିବେ ବୋଲି ଶୁଣିବାକୁ ମିଳିଛି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଭୁ ଦେବା ସାଉଥ ଫିଲ୍ମ ଦ୍ୱାରା ନିଜ କ୍ୟାରିଅର ଆରମ୍ଭ କରିଥିଲେ । କୁହାଯାଏ ଯେ ୧୯୮୯ରେ ଏକ ତାମିଲ ଫିଲ୍ମରେ ପ୍ରଭୁଦେବା ଜଣେ ବ୍ୟାକଗ୍ରାଉଣ୍ଡ ଡାନ୍ସର ରୁପେ କାମ କରିଥିଲେ ଏବଂ ଏବେ ସେ ସଫଳ ଡାନ୍ସର ହେବା ପରେ ନିଜର ଏକ ଡାନ୍ସ ଏକାଡେମୀ ସ୍ଥାପନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More