Only for Entertainment

ଯେତେବେଳେ ବାପା ପରୀ ହୋଇ ପୁଅ ସହ କଲେ ମଜାଦାର ଡ୍ୟାନ୍ସ, ଭିଡିଓ ଭାଇରାଲ !

24

ଆଜିର ସମୟରେ ମା-ବାପା ଏବଂ ପିଲାଙ୍କ ମଧ୍ୟରେ ସମ୍ପର୍କ ବଦଳିବାରେ ଲାଗିଲାଣି । ଅଭିଭାବକ ନିଜ ପିଲାମାନଙ୍କର ସାଙ୍ଗ ହେବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ ପିଲାମାନେ ତାଙ୍କ ସହ ସମସ୍ତ କଥା ଶେୟାର କରନ୍ତୁ, ତାଙ୍କ ମଧ୍ୟରେ ଦୂରତା ନରହୁ । ଏହିଭଳି ଜଣେ ବାପା-ପୂଅଙ୍କ ଯୋଡି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାପା-ପୁଅଙ୍କ ନିଆରା ସମ୍ପର୍କ ଲୋକଙ୍କ ହୃଦୟ କିଣି ନେଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ବାପା-ପୂଅଙ୍କ ମଜାଦାର ଡ୍ୟାନ୍ସ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସେ ଛୁଆଙ୍କୁ ଖୁସି କରିବା ଲାଗି ଗାଉନ ମଧ୍ୟ ପିନ୍ଧିଥିଲେ ।
ଅସଲରେ ଡେକ୍ସଟର ନାମକ ବ୍ୟକ୍ତି ନିଜ ୪ବର୍ଷର ପୁଅ ପାଇଁ ଫ୍ରୋଜନ ଫିଲ୍ମର ପରୀ ହୋଇଥିଲେ , ଯିଏ ନିଜ ରାଜ୍ୟକୁ ଶତୃ କବଳରୁ ରକ୍ଷା କରୁଛନ୍ତି । ଏହି ଭିଡିଓରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

ୟୁଜର ମାନେ ଡେକ୍ସଟରଙ୍କୁ ଫାଦର ଅଫ ଦ ଇୟର ବୋଲି କହିଛନ୍ତି । ସେହିପରି ଆମେରିକାନ ଅଭିନେତ୍ରୀ କ୍ରିଷ୍ଟନ ବେଲ ମଧ୍ୟ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More