Only for Entertainment

ଦହି-ଚିକେନ ପ୍ରସ୍ତୁତି ପ୍ରଣାଳୀ

WhitBits Kitchen
0 31

ସାମଗ୍ରୀ :

ଚିକେନ ଏକ କେଜି , ଦହି ଦୁଇକପ୍‍, ଲଙ୍କା ପାଉଡ଼ର, ହଳଦୀ ଓ ଲୁଣ ସ୍ୱାଦ ଅନୁସାରେ, ଅଦା ପେଷ୍ଟ ୧ ଚାମଚ, ରସୁଣପେଷ୍ଟ ୧ ଚାମଚ, ପିଆଜ ବଡ଼ ବଡ଼ ୨ଟା, ଗୋଲମରିଚ ଗୁଣ୍ଡ ୧ ଚାମଚ, ତେଜପତ୍ର ୨ଟା , ଲବଙ୍ଗ ୨ଟା ।

ପ୍ରସ୍ତୁତି ପ୍ରଣାଳୀ :

ପିଆଜ, ଲବଙ୍ଗ ଓ ତେଜପତ୍ର ଏବଂ ବାକି ସବୁଜିନିଷ ଚିକେନ୍‍ରେ ପକାଇ ଭଲ ଭାବେ ଗୋଳାଇ ଏକଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ ଏହାମଧ୍ୟରେ ପିଆଜକୁ ସରୁ ସରୁ କାଟି ଦିଅନ୍ତୁ । ଘଣ୍ଟାଏ ପରେ କଡେଇରେ ତେଲ ଗରମ କରି ସେଥିରେ ଲବଙ୍ଗ, ତେଜପତ୍ର ପକାଇ ବାସ୍ନା ବାହାରିଲେ କଟାପିଆଜ ପକାଇ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।ଏହାପରେ ମ୍ୟାରିନେଟ୍‍ ହୋଇଥିବା ଚିକେନ୍‍ ଆଣି ପିଆଜ ମସଲାରେ ପକାଇ ସାମାନ୍ୟ ପାଣି ଦେଇ କଷନ୍ତୁ । ଟିକେ ବାସ୍ନା ଆସିଲେ ଆବଶ୍ୟକ ଅନୁସାରେ ପାଣିଦେଇ ଆଞ୍ଚ କମ୍‍କରି ଫୁଟିବାକୁ ଦିଅନ୍ତୁ । ଝୋଳ ଫୁଟି ବହଳିଆ ହୋଇଗଲେ ଆଞ୍ଚ ବନ୍ଦ କରନ୍ତୁ । ଆବଶ୍ୟକ ମୁତାବକ ଗରମ ମସଲା ପାଉଡର କିମ୍ବା କଟା ଧନିଆପତ୍ର ପକାଇ ପାରନ୍ତି । ଏହା ରୁଟି କିମ୍ବା ନାନ୍‍ ସହିତ ଖାଇବାକୁ ଭଲ ଲାଗେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More