Only for Entertainment

ହଲିଉଡ ଫିଲ୍ମ ‘ହ୍ୟାଙ୍ଗଓଭର’ ହିନ୍ଦୀ ରିମେକରେ ଈଶା ଗୁପ୍ତା ଏବଂ ଡେଜି ଶାହ ମୁଖ୍ୟ ଭୂମିକାରେ ଆସିବେ ନଜର !

21

ଦୋ ଲଫ୍ଜୋଁ କି କାହାନୀ’ ପରେ ପୁଣିଥରେ ପ୍ରସିଦ୍ଧ ଫିଲ୍ମ ଅଭିନେତା ଏବଂ ଫିଲ୍ମମେକର ଦୀପକ ତିଜୋରୀ ନୂଆ ଆଡଭେଂଚର ଥ୍ରିଲର ଫିଲ୍ମ ‘ଟିପ୍ସି’ନେଇ ଆସୁଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ଡେଜି ଶାହ ଏବଂ ଈଶା ଗୁପ୍ତାଙ୍କୁ କାଷ୍ଟ କରାଯାଇଛି ।

ରାଜୁ ଚଡ୍ଢା ଏବଂ ରାହୁଲ ମିତ୍ରାଙ୍କ ଦ୍ୱାରା ପ୍ରଡ୍ୟୁସ କରାଯାଇଥିବା ଏହି ଫିଲ୍ମରେ ପ୍ରଥମେ ଲକ୍ଷ୍ମୀ ରାୟଙ୍କୁ ଈଶାଙ୍କ ସ୍ଥାନରେ ଆପ୍ରୋଚ କରାଯାଇଥିଲା , କିନ୍ତୁ ପିଠିରେ ଲାଗିଥିବା ଆଘାତ କାରଣରୁ ଏହି ଅଭିନେତ୍ରୀ ମନା କରିଦେଲେ । ସେହିଭଳି ଫିଲ୍ମରେ ଡେଜି ଶାହଙ୍କ ପୂର୍ବରୁ ପ୍ରସିଦ୍ଧ ଅଭିନେତ୍ରୀ ଶମା ସିକନ୍ଦରଙ୍କୁ କାଷ୍ଟ କରାଯାଇଥାଆନ୍ତା କିନ୍ତୁ ଏବେ ଏହି ଷ୍ଟାର କାଷ୍ଟଙ୍କୁ ଫାଇନାଲ କରାଯାଇଛି ।

‘ଟିପ୍ସି’ଫିଲ୍ମର ସୁଟିଂ ୩୦ଅକ୍ଟୋବରରେ ଆରମ୍ଭ କରାଯିବ । ଫିଲ୍ମ ସୁଟିଂ ଇଂଲଣ୍ଡ କରାଯିବ । ଶୁଣିବାକୁ ମିଳିଛି ଯେ ଫିଲ୍ମ କନସେପ୍ଟ ହଲିଉଡ ଫିଲ୍ମ ‘ହ୍ୟାଙ୍ଗଓଭର’ସହ ମେଳ ଖାଉଛି ।

ଟିପ୍ସିର କାହାଣୀ ୫ଜଣ ଭୂମିକାକୁ ନେଇ ଆଧାରିତ । ଯେଉଁମାନେ ଆଡଭେଂଚର ପାଇଁ ଯାଉଛନ୍ତି , ଯେଉଁଠି ରୋମାଂଚକର ଘଟଣା ଘଟିଛି । ଏବେ ଫିଲ୍ମର ଗୀତ ଉପରେ କାମ ଚାଲିଛି । ଏହି ଗୀତରେ କାଏନାତ ଅରୋଡା, ଅଲଂକୃତ ସହାୟ ଏବଂ ନାଜିଆ ହୁସେନଙ୍କ ଭଳି ଭୂମିକା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More