Only for Entertainment

ଗୁଜରାଟୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଡେଜୀ ଶାହ, ଫୁଟବଲ କୋଚ ଭୂମିକାରେ ଆସିବେ ନଜର

DNA India
19

ବଲିଉଡ ହଟ ଅଭିନେତ୍ରୀ ଡେଜୀ ଶାହ ନିଜ ସୁନ୍ଦରତାର ଜାଦୁ ଦେଖାଇବାକୁ ଯାଉଛନ୍ତି । ଅସଲରେ ଡେଜୀ ‘ଗୁଜରାଟ ୧୧’ରେ ଗୁଜରାଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଡେଜୀ ହଟ ଅନ୍ଦାଜରେ ନଜର ଆସିବେ ।

ଡେଜୀଙ୍କ କହିବା ଅନୁସାରେ ତାଙ୍କ ପାଇଁ ସ୍କ୍ରିପ୍ଟ ହିଁ ହିରୋ ଅଟେ । ଯଦି ତାଙ୍କୁ ସ୍କ୍ରିପ୍ଟ ଭଲ ଲାଗେ ତେବେ ସେ କୌଣସି ବି ଭାଷାରେ ଫିଲ୍ମ କରିବା ପାଇଁ ପ୍ରସ୍ତୁତ । ବୋଧ ହୁଏ ଏହି କାରଣ ପାଇଁ ଡେଜୀ ଖୁବ ଶୀଘ୍ର ଗୁଜରାଟୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ଜଣେ ଫୁଟବଲ କୋଚ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ପ୍ରତୀକ ଗାନ୍ଧୀ ।

daisy shah

ଡେଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବଲିଉଡ ବ୍ୟତିତ ଅନ୍ୟ ଭାଷାର ଫିଲ୍ମରେ କାମ କରିବାର ପ୍ରସ୍ତାବ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଦେଇଥିଲେ । ସେଥିପାଇଁ ଯେତେବେଳେ ତାଙ୍କ ମାତୃଭାଷାର ଫିଲ୍ମ ତାଙ୍କୁ ମିଳିଲା ସେ ମନା ପରିପାରିଲେ ନାହିଁ । ଏହା ବ୍ୟତିତ ସ୍କ୍ରିପ୍ଟ ଭଲ ଥିବାରୁ ଡେଜୀ ଏହି ଫିଲ୍ମକୁ ସାଇନ କରିଛନ୍ତି ବୋଲି କହିଛନ୍ତି । କହିରଖୁଛୁ ଯେ, ଡେଜୀ ସଲମାନ ଖାନଙ୍କ ଫିଲ୍ମ ‘ଜୟ ହୋ’ରୁ ବଲିଉଡ ଡେବ୍ୟୁ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More