Only for Entertainment

ଚର୍ଚ୍ଚାରେ ରେସ୍ – ଥ୍ରୀ ନାୟିକା ଡେଜି ଶାହ, ଡାଏଲଗକୁ ନେଇ ସୋସିଆଲ୍ ମିଡିଆରେ ଉଡିଲା ମଜାକ

Dry Tickets
0 73

ସଲମାନ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ରେସ୍ – ଥ୍ରୀର ଟ୍ରେଲର୍ ରିଲିଜ୍ ହେବା ପରେ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଫିଲ୍ମର ପ୍ରଥମ ଟ୍ରେଲରରେ ପ୍ରତ୍ୟେକ ଷ୍ଟାରଙ୍କ ଜବରଦସ୍ତ ଷ୍ଟାଇଲ୍ ଓ ଆକ୍ସନ୍ ସହ ଦମଦାର୍ ଡାଏଲଗର କିଛି କିଛି ଝଲକ ଦେଖିବାକୁ ମିଳିଛି । ଏହାକୁ ଫ୍ୟାନ୍ ଖବୁ ପସନ୍ଦ ମଧ୍ୟ କରିଛନ୍ତି । ହେଲେ ଏହି ୩ ମିନିଟ୍ର ଟ୍ରେଲରରେ ସ୍ଥାନ ପାଇଥିବା ଏକ ଡାଏଲଗ୍କୁ ନେଇ ଏବେ ସୋସିଆଲ୍ ମିଡିଆରେ ଝଡ ଦେଖିବାକୁ ମିଳିଛି ।


ରେସ୍ – ଥ୍ରୀ ଟ୍ରେଲର୍ରେ ସ୍ଥାନ ପାଇଥିବା ଏହି ଡାଏଲଗ୍କୁ ନେଇ ସୋସିଆଲ୍ ମିଡିଆରେ ମଜାକର ପାତ୍ର ହୋଇଛନ୍ତି ଅଭିନେତ୍ରୀ ଡେଜି ଶାହ । ସୋସିଆଲ୍ ମିଡିଆରେ ଏହି ଖାସ ଡାଏଲଗକୁ ଅନେକ ଅନେକ ଜୋକ୍ ଭାଇରାଲ୍ ହେବାରେ ଲାଗିଛି । ଏହା ସହ ଅଭିନେତ୍ରୀ ଡେଜି ଶାହଙ୍କ ମଧ୍ୟ ମଜାକ୍ ଉଡାଉଛନ୍ତି ଟ୍ରୋଲର୍ । ଏହାକୁ ନେଇ ଡେଜି ଶାହ ରାଗରେ ଏକ ପୋଷ୍ଟ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଡେଜି କହିଛନ୍ତି ଯେଉଁମାନେ ଜୀବନରେ କିଛି କରିପାରନ୍ତି ନାହିଁ ସେମାନେ ହିଁ ଏଭଳି କାମ କରିଥାନ୍ତି ।

ଟ୍ରୋଲରଙ୍କୁ ଜବାବ୍ ଦେବା ପାଇଁ ଏବେ ଡେଜିଙ୍କ ସାଥ ଦେଇଛନ୍ତି ତାଙ୍କ କୋ-ଷ୍ଟାର୍ ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ସଲମାନ୍ ଏକ ଭିଡିଓ ଜରିଆରେ ଟ୍ରୋଲରଙ୍କୁ ଜବାବ୍ ଦେଇଛନ୍ତି । ସେହିପରି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଭିଡିଓ ଜରିଆରେ ଟ୍ରୋଲରଙ୍କୁ ଜବାବ୍ ଦେଇଛନ୍ତି । ଚଳଚ୍ଚିତ୍ର ରେସ୍ – ଥ୍ରୀ ଜୁନ୍ ୧୫ରେ ରିଲିଜ୍ ହେବାକୁ ଥିବାବେଳେ ଫିଲ୍ମଟି ଏବେ ଏମିତି ସବୁ କାରଣ ପାଇଁ ରହିଛି ଚର୍ଚ୍ଚାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More