Only for Entertainment

Birthday special: ମାତ୍ର ୧୧ବର୍ଷ ବୟସରେ ଘର ଛାଡ଼ିଥିଲେ ଦଲେର ମେହେନ୍ଦୀ !

38

କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କ ଜନ୍ମ ଅଗଷ୍ଟ ୧୮, ୧୯୬୭ରେ ବିହାରର ପାଟନାରେ ହୋଇଥିଲା । ଛୋଟବେଳେ ତାଙ୍କ ନାଁ ଦଲେର ସିଂହ ବୋଲି ଦିଆଯାଇଥିଲା । ସେ ସମୟରେ ଡ଼ାକୁ ଦଲେର ସିଂହଙ୍କ ଦ୍ୱାରା ପ୍ରଭାବିତ ହୋଇ ଦଲେର ମେହେନ୍ଦୀଙ୍କ ମାତା-ପିତା ତାଙ୍କ ନାଁ ଦଲେର ସିଂହ ରଖିଥିଲେ । ପରେ ଧିରେ ଧିରେ ବଡ଼ ହେବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ପରବେଜ୍‌ ମେହେନ୍ଦୀଙ୍କ ନାଁ ଅନୁସାରେ ତାଙ୍କ ନାଁ ଦଲେର ମେହେନ୍ଦୀ କରି ଦିଆଯାଇଥିଲା । ତେବେ ଦଲେରଙ୍କ ସାତ ପିଢ଼ୀ ସଙ୍ଗୀତରେ ନିଜ କ୍ୟାରିୟର କରିଥିବା ବେଳେ ଦଲେର ଗୀତ ଶିଖିବା ପାଇଁ ମାତ୍ର ୧୧ବର୍ଷ ବୟସରେ ଘର ଛାଡ଼ି ଚାଲି ଯାଇଥିଲେ ।

ଗୋରଖପୁର ଯାଇ ସେଠାରେ ଥିବା ଉସ୍ତାଦ ରାହତ ଅଲ୍ଲୀ ଖାନ୍‌ଙ୍କ ପାଖରେ ପହଞ୍ଚି ଗୀତ ଶିଖିଥିଲେ । ଦୁଇ ବର୍ଷ ଗୀତ ଶିଖିବା ପରେ ୧୩ବର୍ଷ ବୟସରେ ସେ ଉତ୍ତରପ୍ରଦେଶରେ ୨୦,୦୦୦ଲୋକଙ୍କ ଆଗରେ ପ୍ରଥମେ ଲାଇଭ୍‌ ଗୀତ ଗାଇଥିଲେ । ଯାହା ପରେ ପରେ ସେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More