Only for Entertainment

ବନାରସର ଏକ ବିବାହରେ ଠୁମକା ଲଗାଇଲେ ଏହି ଦୁଇ ବିଗ ବସ ପ୍ରିତିଯୋଗୀ, ଭିଡିଓ ହେଲା ଭାଇରାଲ

zee news
0 47

ବିଗବସ ସିଜିନ ୧୧ରେ ନଜର ଆସିଥିବା ଦୁଇ ପ୍ରତିଯୋଗୀଙ୍କୁ ବିଗ ବସର ଘରେ ପରସ୍ପରର ସାମ୍ନା ସାମ୍ନୀ ଦେଖିବାକୁ ମିଳିଥିଲା ସତ କିନ୍ତୁ ବିଗ ବସର ଘରୁ ବାହାରକୁ ଆସିବେ ପରେ ଦୁହେଁ ପରସ୍ପରର ବେଷ୍ଟ ଫ୍ରେଣ୍ଡ ହୋଇଯାଇଛନ୍ତି । ଆମେ ଏଠାରେ ହରିୟାଣା ଡ୍ୟାନ୍ସର ସପ୍ନା ଚୌଧୁରୀ ଏବଂ ମଡେଲ ଅର୍ଶି ଖାନଙ୍କ କଥା କହୁଛୁ । ବିଗ ବସରୁ ବାହାରିବା ପରେ ଦୁହିଁଙ୍କୁ ଅନେକଥରେ ଏକା ସହିତ ଦେଖିବାକୁ ମିଳିଛି । ନିକଟରେ ଅର୍ଶି ଏବଂ ସପ୍ନା, ରାକ୍ଷୀ ସାୱନ୍ତଙ୍କ ସହିତ ବନାରସରେ ଏକ ବିବାହରେ ପଫମାନ୍ସ କରିବା ପାଇଁ ପହଁଚିଥିଲେ ।

 

Good morning mere RASHQE QAMAR ??

A post shared by Arshi khan (A.K) (@arshikofficial) on

ଏହି ବିବାହ ଉତ୍ସବରେ ସପ୍ନା ନିଜର ଫେମସ ଗୀତ ‘ତେରି ଆଖୋଁ କା ୟୋ କାଜଲ’ରେ ଡ୍ୟାନ୍ସ କରିଥିବା ବେଳେ ଅର୍ଶି ‘ତେରେ ରଶକେ କମର’ରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଦୁହିଁଙ୍କର ଏହି ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହିପରି ରାକ୍ଷୀ ସାୱନ୍ତ ‘କ୍ରେଜି ୪’ ଫିଲ୍ମର ‘ଟୁକ ଟୁକ ଦେଖେ’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ତିନି ଜଣ ମିଶି ବିବାହରେ ଖୁବ ମସ୍ତି କରଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More