Only for Entertainment

ଭାରତରେ ଦର୍ଶକଙ୍କ ଦୃଦୟ ଜିତିବା ପରେ ‘ଦଙ୍ଗଲ ସିଷ୍ଟରର୍ସ’ଙ୍କୁ ଚୀନରେ ମିଳିଲା ଏହି ଆୱାର୍ଡ ।

India TV
0 35

ବଲିଉଡ ବ୍ଲଫବଷ୍ଟର ଫିଲ୍ମ ‘ଦଙ୍ଗଲ’ ଭାରତରେ ଜବରଦସ୍ତ ଆୟ କରିବା ପରେ ଚୀନରେ ମଧ୍ୟ ବକ୍ସ ଅଫିସ କଲେକ୍ସନ ରେର୍କଡ ଭାଙ୍ଗିଛି । ଚୀନରେ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଏହି କାରଣରୁ ଦଙ୍ଗଲ ସିଷ୍ଟରର୍ସଙ୍କୁ ସେଠାରେ ସମ୍ମାନୀତ କରାଯାଇଛି । ଫିଲ୍ମର ଲିଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ଏବଂ ଫାତିମା ସନାଙ୍କୁ ଦଙ୍ଗଲ ପାଇଁ ଚୀନରେ ସମ୍ମାନୀତ କରାଯାଇଛି ।

dangal girl

ନିକଟରେ ଆୟୋଜିତ ହୋଇଥିବା ‘ଜ୍ୟାକି ଚ୍ୟାନ ଆକ୍ସନ ଫେଷ୍ଟିଭାଲ’ରେ ସାନ୍ୟାଙ୍କୁ ନ୍ୟୁକମର ଆକ୍ସନ ଷ୍ଟାର ଆୱାର୍ଡ ମିଳିଥିବା ବେଳେ ଫାତିମାଙ୍କୁ ଦଙ୍ଗଲ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଏହା ଆୱାର୍ଡ ସମାରୋହର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

sanya

ଦୁଇ ଷ୍ଟାର ଚୀନର ଆକ୍ସନ ହିରୋ ଜ୍ୟାକି ଚ୍ୟାନଙ୍କ ସହିତ ପୋଜ ମଧ୍ୟ ଦେଇଥିଲେ । ଏହି ସାମାରୋହରେ ଫାତିମା ଗ୍ରେ କଲର ଗାଉନରେ ନଜର ଆସିଥିବା ବେଳେ ସାନ୍ୟା ଟ୍ରାଡିସନାଲ ଲୁକରେ ନଜର ଆସିଥିଲେ । ସେ ବ୍ଲାକ ଗୋଲଡେନ କଲର ସାଢି ପିନ୍ଧିଥିଲେ ।

fatima1

ଫିଲ୍ମ ବିଷୟରେ କହିବାକୁ ଗଲେ ସାନ୍ୟା ‘ବଧାଇ ହୋ’ରେ ଆୟୁଷ୍ମାନ ଖୁରାନାଙ୍କ ସହିତ ନଜର ଆସିବେ । ଏହା ବ୍ୟତିତ ସେ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ରେ ମଧ୍ୟ କାମ କରିବେ । ଅନ୍ୟପକ୍ଷରେ ଫାତିମା ଦଙ୍ଗଲ ପରେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ନଜର ଆସିବେ । ଫିଲ୍ମରେ ଅମିର ଖାନ, ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More