Only for Entertainment

ଶେଷଥର ପାଇଁ ଜେମ୍ସ ବଣ୍ଡଙ୍କ ଭୂମିକାରେ ନଜର ଆସିବେ ଡାନିଅଲ, ଫିସ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ ।

Variety
0 73

ଖତରନାକ ଷ୍ଟଂଟ କରୁଥିବା ଫିଲ୍ମ ଜେମ୍ସ ବଣ୍ଡର ଆଗାମୀ ଫିଲ୍ମ ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛି । ମାତ୍ର ଏହା ପୂର୍ବରୁ ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ଅଭିନେତା ଡାନିଅଲ କ୍ରେଗ ଶେଷ ଥର ପାଇଁ ନଜର ଆସିବେ । ପ୍ରଥମେ ଡାନିଅଲ ଏହି ଭୂମିକା ତୁଲାଇବା ପାଇଁ ମନା କରିଦେଇଥିଲେ କିନ୍ତୁ ଅନେକ ଅନୁରୋଧ ପରେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସେ ରାଜି ହୋଇଛନ୍ତି ।

ଫିଲ୍ମର ନାଁ ‘ବଣ୍ଡ ୨୫’ ହେବ । ଡାନିଅଲ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସ୍ୱିକାର କଲା ପରେ ଏବେ ଏବେ ଖବର ଶୁଣିବାକୁ ମିଳିଛି ଯେ ସେ ଏହି ଫିଲ୍ମ ପାଇଁ ୫୦୦ମିଲିଅନ ପାଉଣ୍ଡ ଅର୍ଥାତ ୪୫୦କୋଟି ଟଙ୍କା ମାଗିଥିଲେ ଯାହାର ସ୍ୱୀକୃତି ମିଳିଯିବାରୁ ସେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ । କେବଳ ସେତିକି ନୁହେଁ ଏହି ଫିଲ୍ମରେ ଅଭିନେତାଙ୍କୁ ଏକ୍ଜିକୁଟିଭ ପ୍ରଡ୍ୟୁସରର ମଧ୍ୟ ମାନ୍ୟତା ଦିଆଯିବ ।

ଏହା ପୂର୍ବେ ଡାନିଅଲ ପୂର୍ବ ସିରିଜ ସ୍ପେକ୍ଟ୍ରେ ପାଇଁ ୩୭ମିଲିଅନ ପାଉଣ୍ଡ ଅର୍ଥାତ ୩୩୩କୋଟି ନେଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଜେମ୍ସ ବଣ୍ଡଙ୍କ ଆଗାମୀ ସିରିଜର ଘୋଷଣା ଟ୍ୱିଟର ଆକାଉଂଟରେ କରାଯାଇଛି । ଏହା ୫ଥର ଅଟେ ଯେଉଁଥିରେ ଡାନିଅଲ ଫିଲ୍ମରେ ନଜର ଆସିବେ ।ଫିଲ୍ମ ବଣ୍ଡ ୨୫ ଡେନି ବାୟଲ ନିର୍ଦ୍ଦେଶନା ଦେବେ । ଜନ ହାଜ ସ୍କ୍ରିନ ପ୍ଲେ କରିବେ । ଫିଲ୍ମ ସୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ । ଫିଲ୍ମ ନଭେମ୍ବର ୨୦୧୯ରେ ରିଲିଜ କରାଯିବ ବୋଲି ମଧ୍ୟ ଖବର ମିଳିଛି । କିନ୍ତୁ ଏହି ଫିଲ୍ମରେ ବଣ୍ଡ ଗର୍ଲ କିଏ ହେବ ତାହା ଏବେ ପର୍ଯ୍ୟନ୍ତ ମଧ୍ୟ ରହସ୍ୟମୟ ହୋଇ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More