Only for Entertainment

ରିଲିଜ ହେଲା ଫିଲ୍ମ ‘ବାଇସ୍କୋପୱାଲା’ର ଟ୍ରେଲର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଅଭିନେତା ଡ୍ୟାନି

Cinestaan
0 37

ଅଭିନେତା ଡ୍ୟାନିଙ୍କୁ ପୁଣିଥରେ ବଡ ପରଦାରେ ନଜର ଆସିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ବାଇସ୍କୋପୱାଲା’ ଟ୍ରେଲର ଲଂଚ କରାଯାଇଛି । ଏହି ଫିଲ୍ମ ରବିନ୍ଦ୍ରନାଥ ଟାଗୋରଙ୍କ କାହାଣୀ ‘କାବୁଲିୱାଲା’ ଉପରେ ଆଧାରିତ । ‘ବାଇସ୍କୋପୱାଲା’ ୨୫ ମଇକୁ ରିଲିଜ ହେବ ।

‘ବାଇସ୍କୋପୱାଲା’ରେ ଡ୍ୟାନିଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ସେ ଫିଲ୍ମରେ ପିଲାମାନଙ୍କୁ ବାଇସ୍କୋପ ଦେଖାଉଥିବାର ନଜର ଆସିଛନ୍ତି । ଟ୍ରେଲରେ ଅନେକ ସସପେନ୍ସ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ରିଲିଜ ହେବା ପୂର୍ବରୁ ଫିଲ୍ମର ଏକ ପୋଷ୍ଟରକୁ ମଧ୍ୟ ରିଲିଜ କରାଯାଇଥିଲା ।

ଦେବ ମେଧେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଡ୍ୟାନିଙ୍କ ବ୍ୟତିତ ଗୀତାଞ୍ଜଳି ଥାପା, ତିସ୍କା ଚୋପଡା ଏବଂ ଆଦିଲ ହୁସେନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More