Only for Entertainment

ମା’ଙ୍କ ପାଖେ କରିପାରିବେ ମାନସିକ , ମାତ୍ର ମହିଳାଙ୍କୁ ଏହି ମନ୍ଦିର ପ୍ରବେଶ ନିଷେଧ !

25

ଛତିଶଗଡର ଗରିଆବନ୍ଦ ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୧୨କିମି ଦୂରରେ ଥିବା ଏକ ପାହାଡରେ ନିରଇ ମାତାଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଦେବୀ ଭକ୍ତି ଆଶାର ପ୍ରମୁଖ କେନ୍ଦ୍ର ଅଟେ । ନିରଇ ମାତା ଙ୍କ ଏହି ମନ୍ଦିରରେ ସିନ୍ଦୁର, ହଳଦୀ ଏସବୁ ଚଢାଯାଏ ନାହିଁ । ଏଠାରେ ନଡ଼ିଆ ଏବଂ ଧୂପ ଜଳାଇ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ।

ଦେଶରେ ଯେପରି ଅନ୍ୟ ମନ୍ଦିର ରେ ଭକ୍ତ ସାରା ଦିନ ଦେବଦେବୀ ଙ୍କୁ ଦର୍ଶନ କରିପାରନ୍ତି । ମାତ୍ର ଏହି ମନ୍ଦିରରେ ମନ୍ଦିର କେବଳ ୪ଟା ରୁ ୯ଟା ପର୍ଯ୍ୟନ୍ତ କେବଳ ୫ଘଂଟା ଖୋଲା ରହେ । ଏହି ସମୟ ମଧ୍ୟରେ ଭଗବାନଙ୍କୁ ଆପଣ ଦର୍ଶନ କରିପାରିବେ । ଏଠାକୁ ପ୍ରତିବର୍ଷ ହାଜର ହଜାର ଲୋକ ଦର୍ଶନ କରିବାକୁ ଆସନ୍ତି । ଏହି ମନ୍ଦିରରେ କେବଳ ପୁରୁଷ ମାନଙ୍କୁ ପୂଜା କରିବା ଲାଗି ଅନୁମତି ରହିଛି । ଏଠାରେ ସ୍ତ୍ରୀ ଲୋକଙ୍କୁ ପୂଜାପାଠ କରିବାପାଇଁ ବାରଣ କରାଯାଇଛି ।

କେବଳ ସେତିକି ନୁହେଁ ମହିଳାମାନଙ୍କୁ ଏହି ମନ୍ଦିରର ପ୍ରସାଦ ଖାଇବା ମଧ୍ୟ ମନା । ଏଠାକାର ମାନ୍ୟତା ଅନୁସାରେ ଯଦି କୌଣସି ମହିଳା ପ୍ରସାଦ ଖାଇନିଆନ୍ତି ତେବେ ଅଘଟଣ ହେବାର ଆଶଙ୍କା ରହିଥାଏ  । ଏଠାରେ ବଳି ଦେବାରେ ପ୍ରଥା ରହିଛି , ମାନସିକ ପୂରଣ ହେଲେ ଭକ଼୍ତ ବଳି ଚଢାଇ ଥାଆନ୍ତି l

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More