‘ଦରବାର’ର ଫାଷ୍ଟ ଲୁକ ରିଲିଜ, ବେଫିକର ପୋଲିସ ଅଫିସର ଭାବେ ନଜର ଆସିଲେ ରଜନୀକାନ୍ତ
ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକକୁ ତାଙ୍କ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରି ରହିଥିଲେ ଯାହାର ଅନ୍ତ ଆଜି ହୋଇଛି । ଲାଇକା ପ୍ରଡକ୍ସନ କିଛି ସମୟ ପୂର୍ବରୁ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ ରିଲିଜ କରିବା ସହିତ ଫିଲ୍ମର ଟାଇଟେଲ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ମେକର୍ସ ରିଲିଜ କରିଥିବା ଫିଲ୍ମର ପୋଷ୍ଟରରେ ରଜନୀକାନ୍ତ ବେଫିକର ପୋଲିକସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ମେକର୍ସ ଫିଲ୍ମର ନାଁ ରଖିଛନ୍ତି ‘ଦରବାର’ ।
Here We Go! #Thalaivar167 ? is #Darbar ?@rajinikanth @ARMurugadoss #Nayanthara @anirudhofficial @santoshsivan @sreekar_prasad pic.twitter.com/bNoEhne6xo
— Lyca Productions (@LycaProductions) April 9, 2019
ରଜନୀକାନ୍ତ ଯେଉଁ ଅନ୍ଦାଜ ପାଇଁ ପରିଚିତ ଏହି ପୋଷ୍ଟରରେ ମଧ୍ୟ ତାଙ୍କୁ ସେହି ଅନ୍ଦାଜରେ ଦେଖିବାକୁ ମିଳିଛି । ପୋଷ୍ଟରରେ ରଜନୀକାନ୍ତଙ୍କ ସ୍ମାଇଲ ଦେଖିଲେ ଲାଗୁଛି ଯେ ଏହିଥର ମଧ୍ୟ ସେ ଗୁଣ୍ଡାମାନଙ୍କୁ ଉଚିତ ସାସ୍ତି ଦେବେ । ଫିଲ୍ମର ପୋଷ୍ଟରରେ ଲେଖିଥିବା ଲାଇନ ‘ଆପଣ ନିର୍ଣ୍ଣୟ ନିଅନ୍ତୁ ମୁଁ ଆପଣଙ୍କ ସହିତ ଭଲ ରହିବି, ଖରାପ ରହିବି ନା ବହୁତ ଖରାପ ରହିବି’କୁ ଦେଖିଲେ ଲାଗୁଛି ଫିଲ୍ମରେ ଜବରଦସ୍ତ ଡାଇଲଗ ରହିବ ।
ଫିଲ୍ମ ଦରବାରର ନିର୍ଦ୍ଦେଶନା ଏଆର ମୁର୍ଗଡାସ କରୁଲଛନ୍ତି । ଯେ ବଲିଉଡ ଫିଲ୍ମ ଗଜନୀ, ହଲିଡେ ଏବଂ ଅକିରା ପରି ଫିଲ୍ମ ବନାଇଛନ୍ତି । ଫିଲ୍ମରେ ରଜନୀକାନ୍ତହ୍କ ସହିତ ନୟନତାରା ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।