Only for Entertainment

ରିଲିଜ ହେଲା ଦର୍ଶନ ରାୱଲଙ୍କ ଆଉ ଏକ ନୂଆ ରୋମାଣ୍ଟିକ ସଙ୍ଗ ‘ଦୋ ଦିନ୍’

TGtutorials
0 63

ଲୋକପ୍ରିୟ ହିନ୍ଦୀ କଣ୍ଠଶିଳ୍ପୀ ଦର୍ଶନ ରାୱଲ ଭେଟି ଦେଇଛନ୍ତି ଏକ ହିନ୍ଦୀ ରୋମାଂଟିକ୍ ଗୀତ । ସବୁବେଳେ ସ୍ୟାଡ୍ ଓ ଇମୋସନାଲ୍ ଗୀତ ଭେଟିଦେଉଥିବା ଦର୍ଶନ ଏବେ ଏକ ହାପି ସଙ୍ଗ ଭେଟି ଦେଇଛନ୍ତି । ଗୀତର ଟାଇଟେଲ୍ ରହିଛି ‘ଦୋ ଦିନ୍’। ଏହି ଗୀତରେ ଲିରିକ୍ସ ଓ ସଙ୍ଗୀତର ଭାର ତୁଲାଇଛନ୍ତି ଦର୍ଶନ ରାୱଲ । ଏହି ଗୀତ ଦୃଶ୍ୟାୟନରେ ଦର୍ଶନ ଓ ଆକାଂକ୍ଷା ଶର୍ମାଙ୍କୁ ଦେଖିବାକୁ ମିଳିଛି । ସୋସିଆଲ୍ ମିଡିଆରେ ଏହି ଗୀତକୁ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । କିଛି ଦିନ ମଧ୍ୟରେ ଭିଡିଓକୁ ୮ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।
ଏହା ପୂର୍ବରୁ ଦର୍ଶନ ଦର୍ଶକଙ୍କୁ ଅନେକ ଗୀତ ଭେଟି ଦେଇଛନ୍ତି ଯାହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More