Only for Entertainment

‘ଦଶହରା’ ଫିଲ୍ମର ଟ୍ରେଲର ମଚାଇଲା ଧୁମ, ପ୍ରଥମଥର ପାଇଁ ଦେଖିବାକୁ ମିିଳିଲା ନିଲ ନିତିନ ମୁକେଶଙ୍କ ଭିନ୍ନ ଅବତାର ।

zee news
32

ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରିଲିଜ ହୋଇଛି ଆଗାମୀ ଆକ୍ସନ-ଫାଇଟ ଫିଲ୍ମ ‘ଦଶହରା’ର ପ୍ରଥମ ଟ୍ରେଲର୍ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ନିଲ ନିତିନ ମୁକେଶଙ୍କୁ ଦେଖିବାକୁ ମିଳିଛି । ଜଣେ ଏନକାଂଟର ସ୍ପେସାଲିଷ୍ଟର ଚରିତ୍ର ନିଭାଇଛନ୍ତି ନିଲ । ପ୍ରାୟ ତିନି ମିନିଟର ରହିଛି ଏହି ଟ୍ରେଲର । ଟ୍ରେଲରର ଆରମ୍ଭରେ ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ ଟିମ ଏକ ହଷ୍ଟେଲରେ ପହଁଚୁଛି ଯେଉଁଠି ଚାରିଜଣ ଛାତ୍ରୀଙ୍କ ମୃତ ଦେହ ମିଳିଛି । କିଛି ସମୟର ଯାଞ୍ଚ ପରେ ଜଣାପଡେ ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ତାହା ହତ୍ୟା । ବାସ ତାପରେ ଆରମ୍ଭ ହେଉଛି ଅସଲି ଟ୍ୱିଷ୍ଟ । ଏହି ଫିଲ୍ମରେ ନିଲ ନିତିନ ମୁକେଶ ଜଣେ ସଚୋଟ ପୋଲିସ ଅଫିସରଙ୍କର ଚରିତ୍ରରେ ନଜର ଆସିଛନ୍ତି , ଯିଏ ଏହି ସବୁ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡଙ୍କୁ ଖୋଜିବାରେ ଲାଗିପଡନ୍ତି ।

ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ରାଜନେତା ମାନଙ୍କୁ ବେନକାବ କରି ସେମାନଙ୍କର ପର୍ଦାଫାସ କରିବା ରହିଛି ନିଲଙ୍କ ମୂଳ ଲକ୍ଷ୍ୟ । ଏହି ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନିଷ ବାଶ୍ଚଲ୍ୟ । ଏଥିରେ ନିଲଙ୍କୁ ବାଦ ଦେଲେ ଟିନି ଦେଶାଇ ଏବଂ ଗୋବିନ୍ଦ ନାମଦେବଙ୍କୁୂ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁୂ ମିଳିବ । ୨୬ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମ ‘ଦଶହରା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More