Only for Entertainment

ଗୁଜୁରାଟର ଆଦିବାସୀ ଗାଁରେ ବର ନୁହେଁ ବରଂ ବରର ଭଇଣୀ ଚଢେ ଘୋଡ, ନିଏ ସାତଘେରା !

41

କଣ ଆପଣ କେବେ ବର ବିନା ବିବାହ ହେବା ଦେଖିଛନ୍ତି । ନୁହେଁ ନାଁ, କିନ୍ତୁ ଗୁଜୁରାଟର ଏକ ଆଦିବାସୀ ଗାଁରେ ରହିଛି ନିଆରା ପ୍ରଥା । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ସତ ଯେ ବର ବିନା ବିବାହ କିପରି ସମ୍ଭବ ?ଭାରତରେ ଅନେକ ନିଆରା ପରମ୍ପରା ରହିଛି । ଏଠାକାର ନିଆରା ପରମ୍ପରା ଶୁଣି ଆପଣଙ୍କ ଆଖି ଓ ପାଟି ଖୋଲା ରହିଯିବ । ଗୁଜୁରାଟର ୩ଟି ଗାଁ ସୁରଖେଡା, ସନଦ ଏବଂ ଅମ୍ବଲରେ ନିଜ ବିବାହରେ ବର ନୁହେଁ ବରଂ ବରର ଭଉଣୀ ଯାଏ । ଏଠାରେ ବର କନ୍ୟା ନୁହଁନ୍ତି ବରଂ ନଣନ୍ଦ ଓ ଭାଉଜଙ୍କର ଅଟେ । ଏହି ପରମ୍ପରା ଅନେକ କାଳରୁ ଚାଲିଆସୁଛି । ନିଜ ବିବାହରେ ବର ଭଲ ଭାବେ ପ୍ରସ୍ତୁତ ହୋଇଥାଏ , ପୋଷାକ ପିନେ୍ଧ ମାତ୍ର ଘୋଡା ଚଢେ ନାହିଁ । ବରର ଭଉଣୀ ଘୋଡା ଚଢେ ଏବଂ ବିବାହ କରେ । ଦେଖନ୍ତୁ ଭିଡିଓ-

ଏଠାକାର ଲୋକଙ୍କ ମାନ୍ୟତା ରହିଛି ଯେ ଗାଁର ଏହି ପରମ୍ପରାକୁ ଯିଏ ଅମାନ୍ୟ କରିବ ତା’ର ବୈବାହିକ ଜୀବନ ଦୁଃଖଭରା ହୋଇଥାଏ । କୌଣସି ବିପଦ ନ ଆସୁ ଏହି କାରଣରୁ ଅନେକ ବର୍ଷ ହେବ ଏହି ପରମ୍ପରାକୁ ସବୁ ମାନି ଆସିଛନ୍ତି । ଗାଁ ଲୋକଙ୍କ କହିବା ମୁତାବକ ଯେବେ ବି ଏହି ପରମ୍ପରାକୁ କେହି ଅମାନ୍ୟ କରେ ତା ସହ ଖରାପ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More