Only for Entertainment

୨୪ ବର୍ଷରେ ସୁପରହିଟ ଫିଲ୍ମ ‘DDLJ’, ଆଇକନିକ ସିନକୁ ରିକ୍ରିଏଟ କରି ସୋସିଆଲ ମିଡିଆରେ ସେୟାର କଲେ କଜୋଲ, ଦେଖନ୍ତୁ

latestly
26

ଆଜି ଲୋକପ୍ରିୟ ବଲିଉଡ ଫିଲ୍ମ ‘ଦିଲବାଲେ ଦୁଲହନିୟା ଲେ ଜାୟେଙ୍ଗେ’ରିଲିଜ ହେବାର ୨୪ ବର୍ଷ ପୂରା ହୋଇଛି । ଏହି ଅବସରରେ ଅଭିନେତ୍ରୀ କାଜୋଲ ଏହାକୁ ନେଇ ସୋସିଆଲ ମିଡିଆ ଇଂଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କାଜୋଲ ଘରର ଏକ କୋଣରେ ବସି ଚଷମା ଲଗାଇ ବହି ପଢୁଛନ୍ତି ।

 

 

View this post on Instagram

 

Still got the specs & still reading in weird places even after 24 years. #24YearsOfDDLJ

A post shared by Kajol Devgan (@kajol) on

ଏହି ଭିଡିଓ ସେୟାର କରି କାଜୋଲ ଲୋକପ୍ରିୟ ଫିଲ୍ମ ‘ଡିଡିଏଲଜେ’ ର ଆଇକନିୀକ ସିନକୁ ରିକ୍ରିଏଟ କରିଛନ୍ତି । ଯେଉଁ ସିନରେ ସେ ଟ୍ରେନରେ ବସି ବହୁ ପଢୁଥିଲେ । ଭିଡିଓ ସେୟାର କରି କାଜୋଲ ଲେଖିଛନ୍ତି, ‘୨୪ ବର୍ଷ ପରେ ମଧ୍ୟ ଆଜି ବି ଚଷମା ଲଗାଇ ଅଜିବ ସ୍ଥିନରେ ବସି ପଢୁଛି । ଡିଡିଏଲଜେ କୁ ୨୪ ବର୍ଷ ।’

କହିରଖୁଛୁ ଯେ, ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୯ ଅକ୍ଟୋବର ୧୯୯୫ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ସୁପରହିଟ ହେବା ସହିତ ଫିଲ୍ମ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More