Only for Entertainment

ରିଲିଜ ହେଲା ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’, ଜାଣନ୍ତୁ କିପରି ରହିଛି ଦର୍ଶକଙ୍କ ରିଆକ୍ସନ

Bollywood
35

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଆଜି ରିଲିଜ ହୋଇ ସାରିଛି । ଫିଲ୍ମରେ ଅଜୟ ଦେବଗନଙ୍କ ବ୍ୟତିତ ତବୁ ଏବଂ ରକୁଲପ୍ରିତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମକୁ ନେ ଇ ଦର୍ଶକଙ୍କ ପ୍ରିତିକ୍ରିୟା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଦର୍ଶକଙ୍କ ରେସସ୍ପନ ଦେଖିଲେ ଜଣା ପଡୁଛି ଯେ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସିଛି । ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଥିବା ବେଳେ ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମକୁ ୫ ରୁ ୪ ରେଟିଂ ଦେଇଛନ୍ତି ।

କହିରଖୁଛୁ ଯେ , ଫିଲ୍ମକୁ ‘ସୋନୁ କେ ଟିଟୁ କି ସ୍ୱିଟି’ର ନିର୍ଦ୍ଦେଶକ ଲଭ ରଂଜନ ନିର୍ଦ୍ଦେ ଶନା ଦେଇଛନ୍ତି । ଏହି ଫିଲ୍ମ ଏକ କମେଡି-ରୋମାନ୍ସ ଫିଲ୍ମ । ଫିଲ୍ମରେ ଅଜୟ, ତବୁ ଏବଂ ରକୁଲପ୍ରିତଙ୍କ ମଧ୍ୟରେ ତ୍ରିକେଣୀୟ ପ୍ରେମ କାହାଣୀ ଦେଖିବାକୁ ମିିଳିବ । ଫିଲ୍ମ ବକ୍ସ ଅଫିସରେ କମାଲ କରିବ ବୋଲି ଆଶା କରାଯାଉଛି ।

ଆସନ୍ତୁ ଦେଖିବା କିଛି ଦର୍ଶକଙ୍କ ପ୍ରତିକ୍ରିୟା-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More