Only for Entertainment

ରିଲିଜ ହେଲା ଅଜୟ , ତବୁ ଏବଂ ରାକୁଲ ଷ୍ଟାରର ଫିଲ୍ମ ଦେ ଦେ ପ୍ୟାର ଦେ’ର ଟାଇଟଲ ଟ୍ରାକ !

39

ଅଜୟ ଦେବଗନ ପୁଣି ଥରେ ନିଜର ଦମଦାର ଷ୍ଟାଇଲ ସହ ବକ୍ସ ଅଫିସରେ ପ୍ରବେଶ କରିଛନ୍ତି । ତାଙ୍କର ଆସନ୍ତା ଫିଲ୍ମର ୪ଟି ଗୀତ ଫ୍ୟାନ୍ସଙ୍କର ହୃଦୟକୁ ଛୁଇଁ ଥିବାବେଳେ ଏବେ ଏହି ଫିଲ୍ମର ଟାଇଟଲ ଟ୍ରାକ ରିଲିଜ ହୋଇଛି । ଗୀତରେ ଅଜୟ ଗଜବ ଷ୍ଟାଇଲରେ ଦେଖିବାକୁ ମିଳିବେ । ସେ ଫିଲ୍ମରେ ତାଙ୍କର ପତ୍ନୀ ଭୂମିକାରେ ଥିବା ତବୁ ଏବଂ ଗର୍ଲଫ୍ରେଣ୍ଡ ରକୁଲ ପ୍ରୀତଙ୍କ ସହ ନଜର ଆସିଛନ୍ତି ।

ଗୀତରେ ଲଭ୍ ଟ୍ରେଙ୍ଗଲ ସମ୍ପୁର୍ଣ୍ଣ ସ୍ପଷ୍ଟ ରୂପରେ ଜଣା ପଡୁଛି । ରକୁଲ ପ୍ରୀତ ସିଂହ, ତବୁ ଏବଂ ଅଜୟ ଦମଦାର ଭୂମିକାରେ ନଜର ଆସିଛନ୍ତି । ଏଥିରେ ଅଜୟ ଫ୍ଲର୍ଟ କରୁଥିବା ଦେଖିବାକୁ ମିଳିଛି । ଦେ ଦେ ପ୍ୟାର ଦେ ଏକ ପାର୍ଟି ଗୀତ । ଏଥିରେ ପଞ୍ଜାବୀ ତଡକା ମଧ୍ୟ ଲଗାଯାଇଛି । ମିକା ସିଂହ ଏବଂ ଧ୍ୱନୀ ଭଂସାଲୀ ଏଥିରେ କଣ୍ଠଦାନ କରିଛନ୍ତି । ଏହାକୁ ଟି ସିରିଜ ବ୍ୟାନରରେ ରିଲିଜ କରାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ  ଫିଲ୍ମ ଦେ ଦେ ପ୍ୟାର ଦେ ଚଳିତ ବର୍ଷ  ମେ’ ମାସରେ ରିଲିଜ ହେବ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More