Only for Entertainment

ସମୂଦ୍ରରେ ଏବେ ଜାହାଜ ଚାଲିବା ପାଇଁ ସାହାଯ୍ୟ କରିବେ ମୃତ ମାଛ ।

punjab keasri
26

ସମୂଦ୍ରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏକ କମ୍ପାନୀ ଏକ ଭିନ୍ନ ଉପାୟ ବାହାର କରିଛି । କମ୍ପାନୀ ସିପ ଚଳାଇବା ପାଇଁ ମରିଯାଇଥିବା ମାଛଙ୍କୁ ବ୍ୟବହାର କରିବ । ଗତ ସପ୍ତାହରେ ଫ୍ରୁଜ ସିପିଙ୍ଗ କମ୍ପାନୀ ହର୍ଟିଗୁଟେନ ଘୋଷଣା କରିଛିଯେ ସେ ଆଗାମୀ ଦିନରେ ସମୂଦ୍ରକୁ ସମ୍ପୂର୍ଣ୍ଣ ଭାବରେ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଛି ।ଏହି ମଧ୍ୟରେ କମ୍ପାନୀ ଅଙ୍ଗାରକାମ୍ଳ ବାହାର କରୁଥିବା ଇନ୍ଧନର ବ୍ୟବହାର ବନ୍ଦ କରିଦେବ ।ସିପ ଚଲାଇବା ପାଇଁ ସମୂଦ୍ରର ମୃତ ମାଛ ମାନଙ୍କ ଠାରୁ ବାହାରୁଥିବା ଲିକ୍ୱିଫାଏଡ ବାୟୋଗ୍ୟାସ ପ୍ରୟୋଗ କରିବ ।

କମ୍ପାନୀର ସିଇଓ ଡାନିଏଲଙ୍କ କହିବା ମୁତାବିକ ଯେଉଁଠାରେ ମୃତ ମାଛ ମାନେ ସମୂଦ୍ରେରେ ପର୍ଯ୍ୟାବରଣ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି ସେହି ସମୟରେ ଏହା ଆମ ପାଇଁ ଏକ ନୂଆ ସମାଧାନ ।ଏବେ ଅଧିକାଂଶ ସିପିଂ କମ୍ପାନୀ ଶସ୍ତା ଖରାପ ଇନ୍ଧନ ବ୍ୟବହାର କରୁଛନ୍ତି । କିନ୍ତୁ ଆମ ଜାହାଜ ପ୍ରାକୃତିକ ଉପାୟରେ ଚାଲିବ ।ଅନ୍ୟ ସମସ୍ତ କମ୍ପାନୀ ଯଦି ଆମ ପ୍ରକ୍ରିୟାକୁ ଆପଣାଇବେ ତେବେ ଆମେ ଖୁସି ହେବୁ ।

ଜୀବାଶ୍ମ ଇନ୍ଧନ ସମୂଦ୍ର ପାଇଁ ଖୁବ କ୍ଷତିକାରକ ।ଏହା ଦ୍ୱାରା ପାଣିରେ ସଲଫର ଭଳି ପଦାର୍ଥ ମିଶିଯାଏ,ଯାହା ମାଛ ମାନଙ୍କ ସହିତ ସମୂଦ୍ରରେ ରହୁଥିବା ଅନ୍ୟ ଜୀବମାନଙ୍କୁ ମଧ୍ୟ କ୍ଷତି ପହଂଚାଏ ।ଅନ୍ୟ ପକ୍ଷରେ ମୃତ ମାଛ ମାନଙ୍କ ଠାରୁ ବାହାରିବାକୁ ଥିବା ମିଥେନ ଅଧିକ ଶକ୍ତି ପ୍ରଦାନ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More