Only for Entertainment

ମହିଳା ଜଣକ ମୃତ୍ୟୁର ଦଶ ଦିନ ପରେ ମଧ୍ୟ ସନ୍ତାନ ଜନ୍ମ କଲେ ।

mirror
0 57

ପ୍ରତିଦିନ ଦେଶବିଦେଶର ପ୍ରତି କୋଣରୁ ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହାକୁ ସହଜରେ ବିଶ୍ୱାସ କରିବା ଅସମ୍ଭବ । ନିକଟରେ ଦକ୍ଷିଣ ଆଫ୍ରିକାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ବିଶ୍ୱାସ କରିବା କଷ୍ଟ । ଏହା କିପରି ସମ୍ଭବ ବୋଲି ବୈଜ୍ଞାନିକମାନେ ଭାବିବା ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଥିବା ମଥିଆସି ଗାଁରେ ଜଣେ ମହିଳା ମୃତ୍ୟୁ ପରେ ମଧ୍ୟ ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ମହିଳାଜଣକ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀରରକୁ ୧୦ଦିନ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରଖା ଯାଇଥିଲା । ୧୦ଦିନ ପରେ ମହିଳାଙ୍କ ମର ଶରୀରକୁ କଫିନ୍‌ ଭିତରେ ରଖାଯାଇ ପରିବାର ଲୋକଙ୍କୁ ଦିଆଯାଇଥିଲା । କଫିନ୍‌ ଘରକୁ ନେଇ ପରିବାର ଲୋକେ ଖୋଲିବା ପରେ ଭିତରେ ଏକ ନବଜାତ ଶିଶୁଥିବା ଦେଖିଥିଲେ । କିନ୍ତୁ ସେତେବେଳକୁ କଫିନ୍‌ ଭିତରେ ଥିବା  ଶିଶୁଟି ଅଧିକ ସମୟ ରହି ମୃତ୍ୟୁବରଣ କରି ସାରିଥିଲା । ଦୁଇ ଜଣଙ୍କୁ ଏକା ସାଙ୍ଗରେ ପୋତା ଯିବା ପରେ ଏହି ଖବର ଚାରିଆଡ଼େ ବ୍ୟାପି ଯାଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More