Only for Entertainment

ପ୍ରଥମ ଥର ପାଇଁ ଏହି ଅଭିନେତାଙ୍କ ସହିତ ସ୍କ୍ରିନ ସେୟାର କରିବେ ଦେବଯାନୀ

facebook
41

ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକ ଜଣକ ହେଲେ ସମ୍ବିତ । ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ‘ଇନ୍ଦ୍ରଜାଲ’ରେ ଏକାଠି ଆସୁଛନ୍ତି । ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ ମିଳିବ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ।

ପ୍ରଯୋଜକ ରମେଶ ବାରିକ ଆଗରୁ ‘ଟାଇଗର’, ‘ରୋମିଓ ଜୁଲିଅଟ୍’, ‘ଜଷ୍ଟ ମୋହବତ୍’, ‘ଦେଖା ହେଲା ପ୍ରେମ ହେଲା’, ‘ବ୍ରେକ୍ଅପ୍ ଲଭ୍’ ଭଳି ସିନେମା ନିର୍ମାଣ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ବିତ ‘ପ୍ରେମ ଓ୍ଵଡ୍ସ ପ୍ରିୟା’ରୁ କ୍ୟାରିଅର୍ ଆରମ୍ଭ କରିବା ପରେ ବାଳୁଙ୍ଗା ଟୋକା, ଓମ୍, ଗଞ୍ଜା ଲଢ଼େଇ, ସଲାମ୍ ସିନେମା, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ‘ଆଶିକ୍’ , ‘ଲେଖିଛି ନାଆଁ ତୋର’,‘ଛାତି ତଳେ ଡିଂ ଡଙ୍ଗ୍’, ‘ହାପି ଲକି’ ‘ମନ ଖାଲି ତତେ ଚାହେଁ’ ଓ ‘ପ୍ରେମ ପାଇଁ ମହାଭାରତ’ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।

ଅପରପକ୍ଷରେ ଦେବଯାନୀ ନାୟିକାଭାବେ ଓଡ଼ିଆ ଛବି ‘ରଙ୍ଗିଲା ଟୋକା ’, ‘ଖାସ୍ ତୁମରି ପାଇଁ’ ଓ ‘ଅଜାତ ଶତ୍ରୁ’ ଆଦି ସିନେମାରେ ଅଭିନୟ କରିଛନ୍ତି । ପ୍ରଥମ ଥରପାଇଁ ସମ୍ବିତ – ଦେବଯାନୀ ଯୋଡ଼ି କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More