Only for Entertainment

ଭାରତ-ପାକିସ୍ତାନ ବର୍ଡରରେ ଜବାନଙ୍କୁ ଭେଟ କଲେ ସୋମି-ଦୀପକ !

39

ବିଗବସ୧୨ରେ ଦେଖାଯାଉଥିବା ଯୋଡି ଦୀପକ ଠାକୁର ଏବଂ ସୋମି ଖାନଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ସାମ୍ନାକୁ ଆସିବାକୁ ଯାଉଛି । ଏହା ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ସିଙ୍ଗର ଡ, ରୀନା ମେହେତାଙ୍କ ପ୍ରୋଜେକ୍ଟ ଅଟେ । ଆଲବମର ନାଁ ରହିଛି ‘କେସରିୟା ବାଲମ’ । ଭିଡିଓରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିବ । ସୁଟ ପାଇଁ ଦୁହେଁ ଗୁଜୁରାଟର କଚ୍ଛରେ ଅଛନ୍ତି । ନିକଟରେ ଦୁହେଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ଆର୍ମି ସେନାଙ୍କୁ ଭେଟିଛନ୍ତି ।

ସେନା ଜବାନଙ୍କ ସହ ଫଟୋ ମଧ୍ୟ ଶେୟାର କରି ପୋଷ୍ଟ ଲେଖି ସଲାମ ଜଣାଇଛନ୍ତି । ଅନ୍ୟ ଫଟୋରେ ଦୀପକ ଠାକୁର ଓଟ ସହ ନଜର ଆସିଛନ୍ତି ।


ଏଠାରେ ଆମେ କହି ରଖୁଛୁ ଯେ ୧୪ଫେବୃୟାରୀରେ ହୋଇଥିବା ପୁଲୱାମା ହମଲାରେ ଦୀପକ ଠାକୁର ନିନ୍ଦା କରିଥିଲେ ଏବଂ ଶହିଦଙ୍କୁ ଶ୍ରଦ୍ଧାଂଜଳୀ ଦେବା ଅର୍ଥରେ ଗୀତ ଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More