Only for Entertainment

ରଣବୀର ସିଂଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦୀପିକା, କହିଲେ ‘ଏପରି କରିବା ପୂର୍ବରୁ ପଚାରି ତ ନିଅ…’

The Asian Age
46

ଦୀପିକା ପାଦୁକୋନ ଓ ରଣବୀର ସିଂ ବଲିଉଡର ଏପରି ଏକ କପଲ ଯାହାଙ୍କୁ ଲୋକେ ପରଦା ସହିତ ଅସଲ ଜୀବନରେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ଦୁହେଁ ନିଜର ବ୍ୟକ୍ତିଗତ ଜୀବନ ସହିତ ପ୍ରୋଫେସନାଲ ଲାଇଫକୁ ମଧ୍ୟ ଖୁବ ଏଞ୍ଜୟ କରୁଛନ୍ତି । ଇତି ମଧ୍ୟରେ ରଣବୀର ସିଂ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୀପିକା ରଣବୀରଙ୍କୁ ଟ୍ରୋଲ କରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

@loewe

A post shared by Ranveer Singh (@ranveersingh) on

ରଣବୀର ସେୟାର କରିଥିବା ଫଟୋ ଗୁଡିକ ମଧ୍ୟରେ ଏକ ଫଟୋ ରହିଛି ଯେଉଁଥିରେ ତାଙ୍କ ସାର୍ଟ ବଟନ ଖୋଲି ଛାତି ଦେଖାଇ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ରଣବୀରଙ୍କ ଏହି ଫଟୋ ଦେଖିବା ପରେ ଦୀପିକା ତାଙ୍କୁ ଜୋରଦାର ଟ୍ରୋଲ କରିଛନ୍ତି । ଦୀପିକା କମେ ଣ୍ଟ କରି ଲେଖିଛନ୍ତି ଛାତିରେ ମୋର ବ୍ରୋଞ୍ଜର ବଟଲ ଶେଷ କରିବା ପୂର୍ବରୁ ମୋତେ ପଚାରି ତ ନିଅ? ଦୀପିକାଙ୍କ ଏହି କମେଣ୍ଟ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି କପଲ ଖୁବ ଶୀଘ୍ର ଫିଲ୍ମ ‘୮୩’ରେ ଏକା ସହିତ ନଜର ଆସିବେ । ଏହି ଫିଲ୍ମ ୧୯୮୩ର କ୍ରିକେଟ ୱାର୍ଲ୍ଡକପରେ ଭାରତର ଐତିହାସିକ ବିଜୟ ଉପରେ ଆଧାରିତ । ଫିଲ୍ମରେ ରଣବୀୁର ସିଂ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ସେହିପରି ଦୀପିତା କପିଲ ଦେବଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତିତ ଦୀପିକା ଫିଲ୍ମ ‘ଛପାକ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More