Only for Entertainment

ଜନ୍ମଦିନରେ ନିଜକୁ ଦେଲେ ଉପହାର: ଦୀପିକା ପାଦୁକୋନ ଡଟ କମ ନା’ରେ ଲଂଚ କଲେ ୱେବ୍ସାଇଟ୍ !

24

ବିବାହ ପରେ ନିଜର ପ୍ରଥମ ଜନ୍ମଦିନକୁ ନେଇ ଦୀପିକାଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ଥିଲେ । ବିବାହ ପରେ ରଣବୀରଙ୍କ ସହ ଦୀପିକାଙ୍କ ଜନ୍ମଦିନ କେତେ ଭିନ୍ନ ହେବ ତାହା ଦେଖିବା ପାଇଁ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଥିଲେ । ଦୀପିକା ନିଜେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ଯାଇ ଆଗକୁ କିଛି ଖାସ୍‌ ହେବାକୁ ଯାଉଥିବା ଲେଖି ଜଣାଇଥିଲେ । ପରେ ସେହି ଖାସ୍‌ କଥାଟି ସାମ୍ନାକୁ ଆସିଥିଲା ।

 

View this post on Instagram

 

Here’s presenting my website- www.deepikapadukone.com (link in bio) Love, Deepika

A post shared by Deepika Padukone (@deepikapadukone) on

ଦୀପିକା ନିଜ ଜନ୍ମଦିନରେ ରଣବୀରଙ୍କଠାରୁ ଉପହାର ଆଶା ରଖିବା ପରିବର୍ତ୍ତେ ନିଜେ ନିଜକୁ ଉପହାର ଦେଇଥିଲେ । ସେ ନିଜ ନାଁରେ ଏକ େଓ୍ଵବ୍‌ସାଇଟ୍‌ ତିଆରି କରିଥିବା ବେଳେ ଏହା ସେ ନିଜ ଜନ୍ମଦିନରେ ଲଞ୍ଚ କରିଥିଲେ । ଜାନୁଆରି ୫ରେ ସନ୍ଧ୍ୟା ୪ଟା ସମୟରେ ସେ ଏହାକୁ ଲଞ୍ଚ କରିଥିବା ବେଳେ ଏଥିରେ ଦୀପିକାଙ୍କ ଉପଲବ୍ଧି, ଜୀବନର କାହାଣୀ ଏବଂ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଲେଖାଯାଇଛି । େଓ୍ଵବ୍‌ସାଇଟ୍‌ ଲଞ୍ଚ ହେବା ପରେ ୩ଘଣ୍ଟା କାଳ େଓ୍ଵବ୍‌ସାଇଟ୍‌ ଠପ୍‌ ହୋଇ ଯାଇଥିଲା ବୋଲି ଜଣା ପଡ଼ିଛି । ସନ୍ଧ୍ୟା ୭ଟା ପରେ ଏହା କାମ କରିବା ଆରମ୍ଭ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More