Only for Entertainment

ଏତେ ଦିନ ପରେ ରଣବୀରଙ୍କ ସହିତ ବ୍ରେକ ଅପର କାରଣ କହିଲେ ଦୀପିକା ।

bollywood tadka
0 67

ବଲିଉଡରେ ରଣବୀର କପୁର ଏବଂ ଦୀପିକାଙ୍କ ଯୋଡ଼ିକ ଦର୍ଶକ ଖୁବ ପସନ୍ଦ କରୁଥିଲେ । ଦୁଇ ଜଣ ପ୍ରଥମ ଥର ଫିଲ୍ମ ‘ବଚନା ଏ ହସିନୋ ସେଟ’ରେ ଦେଖା ହୋଇଥିଲେ । ଦୁଇ ଜଣ ଲମ୍ବା ସମୟ ଧରି ରିଲେସନସିପରେ ରହିବା ପରେ ଦୁଇଜଣଙ୍କର ବ୍ରେକଅପ ହୋଇଥିଲା । ଆଜିର ଦିନରେ ଦୁଇ ଜଣ ଭଲ ସାଙ୍ଗ । ଏହି ସଂପର୍କକୁ ବ୍ରେକ କରିବା ପାଇଁ କିଏ ଦାୟୀ ଥିଲା ତାହାର ସତ୍ୟତା ଖୋଲିଛନ୍ତି ଦୀପିକା ପାଦୁକୋନ ।

ଦୀପିକା କହିଛନ୍ତିଯେ ସେ ରଣବୀରଙ୍କୁୁ ଭୁଲ କରୁଥିବାର ସିଧାସଳଖ ଧରିଥିଲେ । ଏହା ପୂର୍ବରୁ ଅନେକ ତାଙ୍କୁ କହିଥିଲେଯେ ରଣବୀର ତାଙ୍କୁ ଧୋକା ଦେଉଛନ୍ତି । କିନ୍ତୁ ଦୀପିକା ରଣବୀରଙ୍କୁ ଖୁବ ଭଲ ପାଉଥିଲେ,ଏଭଳିକି ସେ ନିଜକୁ ଭଲପାଇବା କଥା ମଧ୍ୟ ଭୁଲି ଯାଇଥିଲେ । ତଥାପି ସେ ଭାବିଥିଲେଯେ ବୋଧ ହୁଏ ସଂପର୍କରେ କିଛି ଠିକ ନଥିଲା ତେଣୁ ସେ ଦ୍ୱିତୀୟ ଥର ରଣବୀରଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ପୁଣିଥରେ ସେହି ଘଟଣା ଘଟିଥିଲା ଏବଂ ସେ ସିଧାସଳଖ ରଣବୀର ତାଙ୍କୁ ଧୋକା ଦେବାର ଦେଖିଥିଲେ । ଦୀପିକା ରଣବୀରଙ୍କ ନାମର ଟାଟୁ ମଧ୍ୟ ନିଜ ବେକରେ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ବହୁ ଦିନ ପର୍ଯ୍ୟନ୍ତ ସେ କାନ୍ଦିଥିଲେ । ତେବେ ରଣବୀର ସିଂ ଏବଂ ଦୀପିକାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ସମୟରେ ଅନ୍ୟ ପକ୍ଷରେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More