Only for Entertainment

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୮: ଦ୍ୱିତୀୟ ଦିନରେ ମଧ୍ୟ ଛାଇଲା ଦୀପିକା ଏବଂ କଙ୍ଗନାଙ୍କ ଜଲୱା, ରେଡ କାର୍ପେଟରେ ପିଙ୍କ ଗାଉନ ଏବଂ କ୍ୟାଟ ସୁଟରେ ଆସିଲେ ନଜର

zee news
0 52

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଦୀପିକା ପାଦୁକୋନ କାନ୍ସ ଫେଷ୍ଟିଭାଲ ୨୦୧୮ରେ ଲୋରିୟଲ ପ୍ୟାରିସର ବ୍ରାଣ୍ଡ ଆମ୍ବାସାଡାର ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଏହାକୁ ନଜରରେ ରଖି ଦୁଇ ଷ୍ଟାର ନିଜର ଲୁକରେ କିଛି ବି ଅଭାବ ରଖି ନାହାଁନ୍ତି । ପ୍ରଥମଥର ପାଇଁ କଙ୍ଗନା କାନ୍ସରେ ନଜର ଆସିଥିବା ବେଳେ ଦୀପିକା ପୂର୍ବରୁ ମଧ୍ୟ କାନ୍ସରେ ନଜର ଆସିଛନ୍ତି । କାନ୍ସର ପ୍ରଥମ ଦିନରେ ଉଭୟ ଗାଉନରେ ନଜର ଆସିଥିବା ବେଳେ ଦ୍ୱିତୀୟ ଦିନରେ ଉଭୟ ଭିନ୍ନ ଭିନ୍ନ କଷ୍ଟ୍ୟୁମରେ ନଜର ଆସିଛନ୍ତି । ରେଡ କାର୍ପେଟରେ ଦୀପିକାଙ୍କୁ ପିଙ୍କ ଗାଉନରେ ଦେଖିବାକୁ ମିଳିଥିବା ବେଳେ କଙ୍ଗନା କ୍ୟାଟ ଲୁକରେ ନଜର ଆସିଥିଲେ । କଙ୍ଗନା କ୍ୟାଟ ଲୁଟରେ ଖୁବ ସୁନ୍ଦର ଲାଗୁଥିବା ବେଳେ ଦୀପିକା ମଧ୍ୟ କିଛି କମ ସୁନ୍ଦର ଲାଗୁ ନଥିଲେ ।

ଦୀପିକାଙ୍କ ଏହି ଆଉଟଫିଟ ଆଶୀ ଷ୍ଟୁଡିଓ ଦ୍ୱାରା ଡିଜାଇନ କରାଯାଇଛି । ଆଉଟଫିଟ ସହିତ ବୋଲ୍ଡ ମେକଅପରେ ଦୀପିକାଙ୍କ ଜଲୱା ଦେଖିବାକୁ ମିଳିଥିଲା ।

#cannes2018 #kangnaranaut

A post shared by ?VISHAL MJ? (@mj.vishal) on

ସେହିପରି କଙ୍ଗନାଙ୍କ କ୍ୟାଟ ସୁଟ ସହିତ କର୍ଲି ହେୟାର ଏବଂ ବୋଲ୍ଡ ମେକଅପ ତାଙ୍କ ଲୁକକୁ କମ୍ପଲିଟ କରିଥିଲା ।

କହିରଖୁଛୁ ଯେ କଙ୍ଗନା , ଦୀପିକା, ହୁମା କୁରେଶୀ, ମଲିକା ଶେରାୱତଙ୍କ ପରେ ୧୨ ଏବଂ ୧୩ ମଇରେ ଐଶ୍ୱର୍ଯ୍ୟା ୧୭ଥର ପାଇଁ କାନ୍ସର ରେଡ କାର୍ପେଟରେ ନଜର ଆସିବେ । ୧୪ ଏବଂ ୧୫ ମଇରେ ସୋନମ କପୁର ବିବାହ ପରେ କାନ୍ସର ରେଡ କାର୍ପେଟରେ ନିଜକର ଜଲୱା ଦେଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More