Only for Entertainment

ଦୀପିକା-ରଣବୀରଙ୍କ ବିବାହକୁ ଫୋନ ନେଇ ପାରିବେ ନାହିଁ ଅତିଥି ! ଏହା ହେଉଛି କାରଣ ।

you tube
0 68

ଅନୁଷ୍କା ଶର୍ମା ଏବଂ ସୋନମ କପୁରଙ୍କ ବିବାହ ପରେ ଏବେ ଦୀପିକା ପାଦୁକୋନଙ୍କ ବିବାହକୁ ସମସ୍ତେ ଚାହିଁ ରହିଛନ୍ତି । ରିପୋର୍ଟ ଅନୁସାରେ ଦୀପିକା ଏବଂ ରଣବୀରଙ୍କ ବିବାହ ତାରିଖ ଫାଇନାଲ ହୋଇସାରିଛି । ଏହା ସହିତ ଅତିଥିଙ୍କ ଲିଷ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ତେବେ ବିବାହ ପୂର୍ବରୁ ଦୀପିକା ଏବଂ ରଣବୀକ ଏକ ନିର୍ଣ୍ଣୟ ନେଇଛନ୍ତି ।

ଖବର ଅନୁସାରେ ଦୀପିକା ନିଜ ବିବାହକୁ ଖାସ କରିବାକୁ ଚାହୁଁଛନ୍ତି । ଏହା ସହିତ ସେ ପ୍ରାଇଭେସିକୁ ମଧ୍ୟ ଖୁବ ଧ୍ୟାନ ଦେଉଛନ୍ତି । ଡିଏନଏ ରିପୋର୍ଟ ଅନୁସାରେ ଦୀପିକା ଏବଂ ରଣବୀରଙ୍କ ବିବାହରେ ଯୋଗଦେବାକୁ ଥିବା ଅତିଥିମାନଙ୍କୁ ରିକ୍ୱେଷ୍ଟ କରାଯାଇଛି ଯେ ସେ ସାଥିରେ ମୋବାଇଲ କିମ୍ବା କ୍ୟାମେରା ନଆଣିବା ପାଇଁ ।

ranveer-deepika

ଶୁଣିବାକୁ ମିଳୁଛି ଯେ ଦୀପିକା ଚାହୁଁନାହାଁନ୍ତି ତାଙ୍କ ବିବାହର କୌଣସି ଫଟୋ ସୋସିଆଲ ମିଡିଆରେ ସେୟାର ହେଉ ବୋଲି । ଏଥିପାଇଁ ସେ ସୁରକ୍ଷାର ମଧ୍ୟ ବନ୍ଦୋବସ୍ତ କରିଛନ୍ତି । ଦୀପିକା ଏବଂ ରଣବୀର ନିଜେ ତାଙ୍କ ବିବାହର ସମସ୍ତ ଫଟୋ ସେୟାର କରିବା ପାଇଁ ଚାହୁଁଛନ୍ତି ।

ଖବର ଅନୁସାରେ ଦୁହିଁଙ୍କର ବିବାହ ୨୦ ନଭେମ୍ବରରେ ହେବ ବୋଲି ସ୍ଥିର କରାଯାଇଛି । ଇଟାଲୀର ଲେକ କୋମୋରେ ଦୁହେଁ ବିବାହ କରିବେ । ଅତିଥିଙ୍କ ବିଷୟରେ କହିବାକୁ ଗଲେ ବିବାହରେ କେବଳ ୩୦ ଜଣ ଅତିଥି ଯୋଗ ଦେବେ । ଏହି ୩୦ ଜମଙ୍କ ମଧ୍ୟରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ସାମିଲ ରହିଛନ୍ତି । ତେବେ ବଲିଉଡର କୌଣସି ସେଲିବ୍ରିଟି ଏହି ତାଲିକାରେ ଏପର୍ଯ୍ୟନ୍ତ ସାମିଲ ହୋଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More