Only for Entertainment

ବିବାହ ପରେ ଦୀପିକା ପାଦୁକୋନଙ୍କ ଖୁଲାସା,କହିଲେ ରଣବୀରଙ୍କ ସହିତ ଖୁବ ଝଗଡ଼ା ହେଲା,କିନ୍ତୁ……. ।

instagram
42

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ୧୪ ଓ ୧୫ ନଭେମ୍ବରକୁ ସମ୍ପନ୍ନ ହୋଇସାରିଛି । ଦୁଇଜଣ ଏବେ ବିବାହ ଜୀବନକୁ ଖୁବ ଉପଭୋଗ କରୁଛନ୍ତି ଏବଂ ଦୁଇ ଜଣଙ୍କ ମଧ୍ୟରେ ଏକ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ଦୁଇ ଜଣ ୬ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ ।ଏବେ ବିବାହ ପରେ ଦୀପିକା ରଣବୀରଙ୍କୁ ନେଇ ବହୁ କଥା ଉପରୁ ପରଦା ଉଠାଇଛନ୍ତି ।

ଫିଲ୍ମ ଫେୟରକୁ ଇଂଟରଭ୍ୟୁ ଦେଉଥିବା ସମୟରେ ଦୀପିକା କହିଛନ୍ତିଯେ ୪ ବର୍ଷ ପୂର୍ବରୁ ଦୁଇ ଜଣ ନିର୍ବନ୍ଧ କରି ସାରିଥିଲେ,କିନ୍ତୁ କାହାକୁ ମଧ୍ୟ ଏହି କଥା କହିନଥିଲେ । ଏହା ସଂପୂର୍ଣ୍ଣ ଭାବରେ ଗୁପ୍ତ ଥିଲା । ତେବେ ୨୦୧୬ରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା,କିନ୍ତୁ ଦୁଇଜଣଙ୍କ ତରଫରୁ କୌଣସି ଖବର ମିଳିନଥିଲା । ଏହାପରେ କଥା ଆଲୋଚନା ହେବା ଧୀରେ ଧୀରେ ବନ୍ଦ ହୋଇଗଲା । ତେବେ ଏହା ମଧ୍ୟରେ ଦୁଇଜଣଙ୍କ ମଧ୍ୟରେ ବହୁ ଥର ଝଗଡ଼ା ମଧ୍ୟ ହୋଇଛି,କିନ୍ତୁ କେବେ ମଧ୍ୟ ବ୍ରେକ ଅପ ପାଇଁ ଭାବିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More