Only for Entertainment

ବିବାହ କରିବେ ବଲିଉଡର ବାଜିରାଓ–ମସ୍ତାନି, ଫରେନ୍ ଲୋକସନ୍ ନୁହେଁ ମୁମ୍ବାଇରେ ହେବ ଗ୍ରାଣ୍ଡ ୱେଡିଂ

DNA India
0 80

ବଲିଉଡର ବାଜିରାଓ – ମସ୍ତାନିଙ୍କ ବିବାହକୁ ନେଇ ଶୁଣିବାକୁ ମିଳୁଛି ନୂଆ ଖବର । ଖୁବଶୀଘ୍ର ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ କରିବାକୁ ଯାଉଛନ୍ତି । ଖବର ମିଳିଛି ଦୁହିଁଙ୍କ ପରିବାର ଲୋକେ ବି ବିବାହର ତାରିଖ ଠିକ୍ କରିସାରିଲେଣି । ଆସନ୍ତା ୩-୪ ମାସ ମଧ୍ୟରେ ବି-ଟାଉନରେ ଏକ ଭବ୍ୟ ବିବାହ ହେବା ନେଇ ଖବର ଏବେ ଚହଳ ପକାଇଛି । ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଜ୍ଞା ହଁ, ବଲିଉଡର ମୋଷ୍ଟ ଲବେବୁଲ କପଲ୍ ରଣବୀର ସିଂହ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମାୟାନରଗରୀରେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପରଦା ଉପରର ସବୁଠାରୁ ଚର୍ଚ୍ଚିତ ଏବଂ ରୋମାଂଟିକ୍ ଯୋଡି ବାସ୍ତବ ଜୀବନରେ ପରସ୍ପର ହାତ ଧରିବାକୁ ଯାଉଛନ୍ତି ।

ଉଭୟଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଲେଣି । ଖବର ଅନୁସାରେ ଦୀପିକାଙ୍କ ପରିବାର ଲୋକ ମୁମ୍ବାଇରେ ରଣବୀର୍ଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ପରିବାର ଦୁହିଁଙ୍କ ବିବାହ ତାରିଖ ଠିକ୍ କରିଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି । ଖବର ଆସିଛି ଆସନ୍ତା ଜୁଲାଇ ମାସରେ ରଣବୀର୍ – ଦୀପିକାଙ୍କ ହାତ ଧରିବେ ।

ranveer-singh-deepika-padukone

ପୂର୍ବରୁ ଚର୍ଚ୍ଚା ହେଉଥିଲା ଭାରତ ବାହାରେ ଇଟାଲୀ କି ପ୍ୟାରିସରେ ବିବାହ କରିବେ ରଣବୀର ଓ ଦୀପିକା । ମାତ୍ର ଏବେ ଖବର ଆସିଛି ବିଦେଶରେ ନୁହେଁ, ବରଂ ମାୟା ନଗରୀ ମୁମ୍ବାଇରେ ହିଁ ଅନୁଷ୍ଠିତ ହେବା ରଣବୀର୍ – ଦୀପିକାଙ୍କ ବିବାହ । କିଛି ଦିନ ପୂର୍ବରୁ ଖବର ମିଳିଥିଲା ରଣବୀର୍ ଓ ଦୀପିକା ଗୋଆରେ ନିଜର ଡ୍ରିମ୍ ହୋମ୍ କିଣିଛନ୍ତି । ଗୋଆର୍ ପସ୍ ଇଲାକାରେ ଏହି କପଲ୍ ନିଜ ସ୍ୱପ୍ନର ଘର କିଣିବା, ବିବାହର ଆଭାସ ଦେଇଥିଲା । ଆଉ ଘର କିଣିବାର କିଛି ଦିନ ନ ଯାଉଣୁ ଏବେ ଦୁହିଁଙ୍କ ବିବାହ ଖବର ବି ଆସିଛି ।

ବଲିଉଡ୍ର ଅନସ୍କ୍ରିନ୍ ଓ ଅଫସ୍କ୍ରିନ୍ର ବି ଏକ ରୋମାଂଟିକ୍ କପଲ୍ ଭାବେ ଜଣାଯାଆନ୍ତି ଏହି ଯୋଡି । ଗତ ୫ ବର୍ଷ ହେବ ଏହି ଯୋଡି ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ୨୦୧୩ ମସିହାରେ ଯେତେବେଳେ ଗୋଲିଓଁ କି ରାସଲୀଲା – ରାମଲୀଲା ପରଦା ଉପରକୁ ଆସିଲା, ଦୁହିଁଙ୍କ ଭିତରେ ଥିବା କେମେଷ୍ଟ୍ରୀ ପରଦାରେ ସଫା ସଫା ଦେଖିବାକୁ ମିଳିଲା । ପରଦା ପଛରେ ରିୟଲ୍ ଲାଇଫରେ ବି ଯେଉଁଠି ଏହି ଯୋଡି ଏକାଠି ନଜର ଆସିଲେ, ଦୁହିଁଙ୍କ କେମେଷ୍ଟ୍ରୀ ଆଉ ଅଛପା ହୋଇ ରହିଲାନି । ପବଲିକ୍ରେ, କ୍ୟାମେରା ଆଗରେ ବି ଦୁହେଁ ପରସ୍ପର ସହ ଥିବା ନେଇ ସୂଚନା ଦୋଇଥିଲେ । ଧିରେ ଧିରେ ରଣବୀର୍ – ଦୀପିକାଙ୍କ ଲଭଷ୍ଟୋରୀ ଷ୍ଟ୍ରଙ୍ଗ ହେବାରେ ଲାଗିଲା । ଏବେ ବିବାହ କରିବା ପାଇଁ ଯାଉଛନ୍ତି ଏହି ରୋମାଣ୍ଟିକ କପଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More