Only for Entertainment

ସମ୍ପର୍କରେ ବାନ୍ଧିହେଲେ ଦୀପିକା ପାଦୁକୋନ ଏବଂ ଅମୃତ ରାଓ !

67

ବଲିଉଡ଼ର ଦୁଇ ସୁନ୍ଦରୀ ଦୀପିକା ପାଦୁକୋନ ଓ  ଅମୃତା ରାଓ ନିକଟରେ ସମ୍ପର୍କୀୟା ପାଲଟି ଯାଇଛନ୍ତି। ଦୁହେଁ ସମ୍ପର୍କରେ ନଣନ୍ଦ- ଭାଉଜ ହେବେ ବୋଲି ବହୁ କମ୍‌ ଲୋକେ ଜାଣିଛନ୍ତି। କିଛି ଦିନ ପୂର୍ବେ ଉଭୟ ନିଜ ସ୍ୱାମୀଙ୍କ ସହ ଉଠାଇଥିବା ଫଟୋ ଭାଇରାଲ ହେବା ପରେ ଏହି ଖବର ଜଣାପଡିଛି ।

କିଛି ଦିନ ପୂର୍ବେ ରଣବୀର ଓ ଦୀପିକା ଏକ ବାହାଘର ଆଟେଣ୍ଡ କରିବାକୁ ଯାଇଥିଲେ। ସେଠାରେ ଏକ ଫଟୋ ଭାଇରାଲ ହୋଇଛି।  ଯେଉଁଥିରେ ରଣବୀର ଦୀପିକାଙ୍କ ସ୍ୟାଣ୍ଡେଲ ଧରି ବୁଲୁଥିବା ଦେଖାଯାଉଛି। ଏହି ଫଟୋ ଦୀପିକାଙ୍କ ଦାଦା ପୁଅ ବାହାଘର ବେଳେ ଉଠାଯାଇଛି।

 

View this post on Instagram

 

*Did you know, two Konkani beauties Deepika Padukone and Amrita Rao are related? Find out here!* Last few days we saw lots of pictures being circulated on social media where we saw the two power couples Deepika Padukone and Ranveer Singh meeting Amrita Rao and RJ Anmol at a wedding. Here is the real story. Interestingly, Deepika Padukone’s cousin brother and Amrita Rao’s cousin sister have tied the knot amidst a huge spectacular Konkani wedding at a posh suburban hotel. Both actresses nailed it with her traditional outfits with a modern construction. While Deepika wore a gorgeous halter neck white sari with large lotus prints, Amrita wore a trendy kangiwarm lehenga and halter choli perfect for the summer wedding vibe. The two Konkani beauties, who came with their non konkani spouses Ranveer Singh and RJ Anmol were clearly the highlight of this wedding as they were seen exchanging laughter and bonding in their native Konkani language.

A post shared by Viral Bhayani (@viralbhayani) on

ଦୀପିକାଙ୍କ ଦାଦା ପୁଅ ଅମୃତା ରାଓଙ୍କ ଦାଦା ଝିଅଙ୍କୁ ବାହା ହୋଇଛନ୍ତି। କୋଙ୍କଣୀ ରୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଏହା ପରଠାରୁ ଅମୃତା  ହିସାବରେ ଦୀପିକାଙ୍କ ଭାଉଜ ହୋଇଛନ୍ତି । ଏହି ଅବସରରେ ଦୀପିକା, ରଣବୀର, ଅମୃତା ଓ ତାଙ୍କ ସ୍ୱାମୀ ଆରଜେ ଅନମୋଲ ଗୋଟେ ଫଟୋରେ ନଜର ଆସିଛନ୍ତି। ଏହି ବିବାହରେ ଦୀପିକା ଟ୍ରାଡ଼ିସନାଲ ଅବତାରରେ ଥିଲେ। ସେ ହ୍ୱାଇଟ ଫ୍ଲୋରାଲ ଶାଢିରେ ସୁନ୍ଦର ଲାଗୁଥିବା ବେଳେ ଅମୃତା ମଧ୍ୟ ଗୋଲାପି କାଞ୍ଜିବରମ୍‌ ଲେହେଙ୍ଗାରେ କିଛି କମ୍‌ ସୁନ୍ଦର ଲାଗୁ ନଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More