Only for Entertainment

ବାଜିରାଓଙ୍କୁ ଲାଗିପାରେ ଝଟକା, ଏକ୍ସ ବୟଫ୍ରେଣ୍ଡଙ୍କ କାରଣରୁ ଏବେ ବିବାହ କରିବାକୁ ଚାହୁଁ ନାହାନ୍ତି ମସ୍ତାନୀ ଦୀପିକା ପାହୁକୋଣ ।

Amarujala
0 55

ବଲିଉଡରେ ୨୦୧୮କୁ ବିବାହ ବର୍ଷ ରୁପେ ଜଣାଯାଇଥାଏ । ସୋନମ କପୁର, ନେହା ଧୁପିଆ, ସୋନମ କପୁର, ହିମେଶ ରେଶମିଆଙ୍କ ବିବାହ ପରେ କିଛି ଦିନ ପୂର୍ବେ ଏଭଳି ଖବର ଆସିଥିଲା ଯେ ଦୀପିକା ଏବଂ ରଣବୀର ସିଂ ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ । ଖବର କେବଳ ଏତିକି ନଥିଲା । କିଛି ରିପୋର୍ଟରେ ଜାଣିବାକୁ ମିଳିଥିଲା ଯେ ରଣବୀର ଏବଂ ଦୀପିକା ୧୮-୨୦ନଭେମ୍ବର ମଧ୍ୟରେ ବିବାହ କରିବେ ।

ମାତ୍ର ଏହି ପ୍ରେମରେ ଏକ ଭିଲେନ ସାମ୍ନାକୁ ଆସିଥିବା ଖବର ଶୁଣିବାକୁ ମିଳୁଛି । ସେ ଭିଲେନ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁର । ବିଶେଷ ସୂତ୍ରରୁ ପ୍ରକାଶ ଯେ ଦୀପିକାଙ୍କ ବନ୍ଧୁଙ୍କ ତରଫରୁ ଲେଖା ହୋଇଛି ଯେ ଏବେ ନିଜର ଏକ୍ସ ବୟଫ୍ରେଣ୍ଡ ରଣବୀର କପୁରଙ୍କ କାରଣରୁ ରଣବୀର ସିଂଙ୍କୁ ବିବାହ କରିବାକୁ ଚାହୁଁ ନାହାନ୍ତି ।

ଏବେ ଆପଣ ନିଶ୍ଚୟ ଭାବୁଥିବେ ରଣବୀର ସିଂ ଏବଂ ଦୀପିକାଙ୍କ ମଧ୍ୟରେ ରଣବୀର କପୁର କ’ଣ କରୁଛନ୍ତି । ତେବେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଦୀପିକା ଏବେ କାହାକୁ କମିଟମେଂଟ କରିବା ପାଇଁ ଭୟ କରୁଛନ୍ତି । ରଣବୀରଙ୍କ ସହ ବ୍ରେକଅପ ହେବା ପରେ ଦୀପିକା ଭାଙ୍ଗି ପଡିଥିଲେ ଏବଂ ସେ ଏବେ ନିଜ ବିବାହକୁ ନେଇ ଅନେକ ଭାବିବା ସ୍ୱଭାବିକ ।
ଋିପୋର୍ଟରେ ଜାଣିବାକୁ ମିଳିଥିଲା ଗୋଟେ ସମୟରେ ସେ ନିଜର କ୍ୟାରିଅର ଛାଡି ମିସେସ କପୁର ହେବା ପାଇଁ ପ୍ରସ୍ତୁତ ଥିଲେ, ମାତ୍ର ଏହି ସମ୍ପର୍କ ଆଗକୁ ବଢି ପାରି ନଥିଲା ।

ବ୍ରେକଅପର ଝଟକାରୁ ରଣବୀର କପୁର ତୁରନ୍ତ ଠିକ ହୋଇଗଲେ ସିନା ଦୀପିକାଙ୍କୁ ଏହା ଶକ୍ତ ଆଘାତ ଲାଗିଥିଲା । ଏହି କାରଣରୁ ଦୀପିକା ଏବେ କମିଟମେଂଟ କରିବାକୁ ଭୟ କରୁଛନ୍ତି । ମାତ୍ର ଏହି କଥାର ସତ୍ୟତା ଏବେ ପର୍ଯ୍ୟନ୍ତ ଜାଣିବାକୁ ମିଳି ନାହିଁ ବରଂ ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହ ଏହି ଯୋଡିକୁ ବିବାହ ବନ୍ଧନରେ ଦେଖିବା ପାଇଁ ଚାହିଁ ବସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More