Only for Entertainment

‘ଛପାକ’ ସେଟରୁ ସାମ୍ନାକୁ ଆସିଲା ଦୀପିକାଙ୍କ ପ୍ରଥମ ଲୁକ, ଫଟୋ ଦେଖିଲେ ଅଭିନେତ୍ରୀଙ୍କୁ ଚିହ୍ନିବା କଷ୍ଟକର

India Today
34

 ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜରହ ଆଗାମୀ ଫିଲ୍ମ ‘ଛପାକ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏସିଡ ଆର୍ଟାକ ସରଭାଇବର ଲକ୍ଷ୍ମୀ ଅଗ୍ରବାଲଙ୍କ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକରେ ଦୀପିକା ଅବିକଳ ଲକ୍ଷ୍ମୀ ଅଗ୍ରୱାଲଙ୍କ ପରି ଦେଖାଯାଉଛନ୍ତି ।

 

ଫିଲ୍ମର ଏହି ଫାଷ୍ଟ ଲୁକକୁ ଦୀପିକା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଦୀପିକାଙ୍କ ଆଖିରେ ଉଦାସ ନଜର ଆସିବା ସହିତ ଆଶା ମଧ୍ୟ ଦେଖିବାକୁ ମିଳିଛି । ଫଟୋରେ ଦୀପିକା ପୂରା ପୁରି କ୍ୟାରେକ୍ଟରରେ ନଜର ଆସିଛନ୍ତି । ଫିଲ୍ମର ଫାଷ୍ଟ ଲୁକ ସହିତ ଫିଲ୍ମର ରିଲିଜ ଡେଟର ସୂଚନା ମଧ୍ୟ ଫଟୋରେ ଦିଆଯାଇଛି । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସୀଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସୁଟିଂ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ।

କହିରଖୁଛୁ ଯେ, ଫିଲ୍ମର ପ୍ରସ୍ତୁତି କରିବା ପାଇଁ ଦୀପିକା ଲକ୍ଷ୍ମୀ ଅଗ୍ରୱାଲଙ୍କ ବିଷୟରେ ଅନଲାଇନ ରିସର୍ଚ୍ଚ କରୁଛନ୍ତି । ଏହା ସହିତ ସେ ଲକ୍ଷ୍ମୀଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶିକା ମେଘନା ଗୁଲଜାର ଦୀପିକାଙ୍କୁ ୮ ରୁ ୧୦ ଡିଭିଡି ଏବଂ ପେନ ଡ୍ରାଇଭ ଦେଇଛନ୍ତି ଯେଉଁଥିରେ ୧୦ ଜଣ ଏସିଡ ପିଡିତା ଇଣ୍ଟରଭ୍ୟୁ ରହିଛି । ଦୀପିକା ଏହି ଫିଲ୍ମରେ ଅଭିନୟ କରିବା ସହିତ ଏହାର ପ୍ରଡ୍ୟୁସର ମଧ୍ୟ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More