Only for Entertainment

ଦୀପିକା ପାଦୁକୋନଙ୍କ ବିଲ୍ଡିଂ ଟପ ଫ୍ଲୋରରେ ନିଆଁ, ଜଳିଗଲା ଦୁଇଟି ଫ୍ଲୋର

bollywood tadka
0 44

ମୁମ୍ବାଇର ବର୍ଲୀ କ୍ଷେତ୍ରରେ ଥିବା ଏକ ୩୩ ମହଲା ବିଲ୍ଡିଂରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବଲ୍ଡିଂରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ମଧ୍ୟ ଫ୍ଲାଟ ରହିଛି ।

flat1

ମୁମ୍ବାଇ ପୁଲିସ ଟ୍ୱିଟ କରି କହିଥିଲେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ସାରିଛନ୍ତି ଏବଂ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରି ସାରିଛନ୍ତି । ଖବର ଅନୁସାରେ ବିଲ୍ଡିଂର ୩୨ ମହଲା ନିଆଁ ଲାଗିଥିବା ବେଳେ ଏହା ଦେଖିୁ ଦେଖିୁ ୩୩ ମହଲାକୁ ବ୍ୟାପି ଯାଇଥିଲା । ନିଆଁରେ ଦୁଇଟି ମହଲା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।


ନିଆଁ ଲାଗିବା ସମୟରେ ଦୀପିକା ପ୍ଲାଟରେ ନଥିଲେ ସେ ବିଜ୍ଞାପନର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ଦୀପିକା ୨୦୧୬ରେ ୧୬ କୋଟି ଦେଇ ଏହି ଫ୍ଲାଟକୁ କିଣିଥିଲେ । ଏହି ବିଲ୍ଡିଂ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ନିକଟରେ ଅବସ୍ଥିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More