Only for Entertainment

ଦିଲ୍ଲୀ ସଡ଼କରେ ସ୍କୁଲ ଡ୍ରେସରେ ନଜର ଆସିଲେ ଦୀପିକା ।

bollywood tadka
18

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଭାଇରାଲ ହେଉଛି । ଭିଡ଼ିଓରେ ଦୀପିକା ସ୍କୁଲ ବାହାରେ ଷ୍ଟ୍ରିଟ ଫୁଡ ଖାଉଥିବାର ନଜର ଆସିଛନ୍ତି । ଦୀପିକାଙ୍କୁ ଦେଖି ଚିହ୍ନବା କଷ୍ଟ ହୋଇଯାଇଛି ।

ଏହି ଭିଡ଼ିଓ ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟ ପୁଷ୍ପ ବିହାରର ବାହାର ଦୃଶ୍ୟ ।ସୋସିଆଲ ମିଡିଆରେ ଭାଇରାଲ ଭିଡ଼ିଓରେ ଦୀପିକାଙ୍କ ପଛ ପାଶ୍ୱର୍ରେ ସ୍କୁଲର ବୋର୍ଡ଼ ମଧ୍ୟ ଲଗାଯାଇଛି । ଏହା ସହିତ ଦୀପିକା କାନ୍ଧରେ ସ୍କୁଲ ବ୍ୟାଗ ମଧ୍ୟ ଧରିଛନ୍ତି ।

ବାସ୍ତବରେ ଦୀପିକା କିଛି ଦିନ ପୂର୍ବରୁ ଦିଲ୍ଲୀରେ ଫିଲ୍ମ ଛପାକ ସୁଟିଂ କରୁଥିଲେ । ଖବର ଅନୁସାରେ ସୁଟିଂର ଦିଲ୍ଲୀ ସିଡ୍ୟୁଲ ଶେଷ ହୋଇଯାଇଛି ଏବଂ ସେ ମୁମ୍ବାଇ ଫେରି ଯାଇଛନ୍ତି । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମେଘନା ଗୁଲଜାର । ଏସିଡ ପିଡ଼ିତା ଲକ୍ଷ୍ମୀ ଅର୍ଗୱାଲଙ୍କ ଜୀବନୀ ଉପରେ ଏହା ଆଧାରିତ, ଯାହା ୧୦ ଜାନୁୟାରୀ ୨୦୨୦କୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More