Only for Entertainment

“ଆନ୍ତର୍ଜାତୀୟ ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ପାଇଛନ୍ତି ଦୀପିକା ।

hindustan times
0 59

ଦୀପିକା ପାଦୁକୋଣଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ’ ରିଲିଜକୁ ନେଇ ସାରାଦେଶରେ ଭୟାବହ ଗଣ୍ଡଗୋଳ ହୋଇଥିଲା ସତ ମାତ୍ର ଏହି ଫିଲ୍ମ ରିଲିଜ ହେବା ପରେ ସଫଳତାର ଚରମ ସୀମାରେ ପହଂଚିବାରେ ସକ୍ଷମ ହୋଇପାରିଛି । ପଦ୍ମାବତ ଫିଲ୍ମ ସହ ଜଡିତ ବିବାଦ ପରେ ନିଜକୁ ମଜଭୂତ କରି ଛିଡା ରହିଥିବା ଅଭିନେତ୍ରୀ ଦୀପିକାଙ୍କୁ ଭେରାଇଟି ମାଗାଜିନ “ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ପ୍ରାପ୍ତ ହୋଇଛି ।

deepika

ଲୋକପ୍ରିୟ ଅଭିନେତ୍ରୀ ଦୀପିକାଙ୍କ ଖୁସି କହିଲେ ନସରେ । ପଦ୍ମାବତ ଫିଲ୍ମକୁ ନେଇ ଦେଶ ବିଦେଶରେ ଚର୍ଚ୍ଚିତ ହେବା ପରେ ଏବେ ସେ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ଟ୍ୱିଟ ଜରିଆରେ ଦୀପିକା ତାଙ୍କ ସଫଳତାର ଖୁସି ବ୍ୟକ୍ତ କରିଛନ୍ତି ।

ସିନେମା ଜଗତ ପ୍ରତି ତାଙ୍କର ଅବଦାନ, ପରପୋକାର କାର୍ଯ୍ୟ ଏବଂ ଖୁସି ଖୁସିରେ ବିବାଦକୁ ସାମ୍ନା କରିଥିବାରୁ ତାଙ୍କୁ ସମ୍ମାନିତ କରାଯିବ ବର୍ତ୍ତମାନ ସେ ବଲିଉଡର ସବୁଠାରୁ ଅଧିକ ଆୟକାରୀ ଅଭିନେତ୍ରୀ । ଅଭିନୟ ବ୍ୟତୀତ ସାମାଜିକ କାର୍ଯ୍ୟରେ ମଧ୍ୟ ଦୀପିକାଙ୍କର ଯୋଗଦାନ ରହିଛି । ମାନସିକ ରୋଗୀଙ୍କ କଲ୍ୟାଣ ପାଇଁ ସେ ନିଜେ ‘ଲିଭ ଲାଫ ଲଭ’ଫାଉଣ୍ଡେସନ ସଙ୍ଗଠନ କରିଛନ୍ତି । କୌଣସି କ୍ଷେତ୍ରରେ ସେ କେବେ ହେଲେ ହାର ମାନି ନାହାନ୍ତି । ତେଣୁ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଯୋଗୁଁ ସେ ହୋଇପାରିଛନ୍ତି ବିଶ୍ୱର ପ୍ରଭାବଶାଳୀ ମହିଳା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More