Only for Entertainment

କ’ଣ ହେଲା ଯେତେବେଳେ ଏୟାରପୋର୍ଟରେ ଗାର୍ଡ ଦୀପିକାଙ୍କୁ ମାଗିଲେ ଆଇଡି !

23

ଦୀପିକା ପାଦୁକୋଣ ଘରୁ ବାହାରକୁ ବାହାରିବା ମାତ୍ରେ ଇଂଟରନେଟରେ ଭାଇରାଲ । ଏବେ ମୁମ୍ବାଇ ଏୟାରପୋର୍ଟରୁ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାଙ୍କ ସହ ତାଙ୍କ ବାପା ପ୍ରକାଶ ପାଦୁକୋଣ ମଧ୍ୟ ଅଛନ୍ତି , ଦୁହେଁ ବାଙ୍ଗାଲୁରୁ ଯାଉଛନ୍ତି ବୋଲି ପ୍ରକାଶ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଯେମିତି ଦୀପିକା ଏବଂ ଏବଂ ତାଙ୍କ ବାପା ଏୟାରପୋର୍ଟ ଭିତରକୁ ପ୍ରବେଶ କରିଛନ୍ତି ଗାର୍ଡ ତାଙ୍କୁ ଆଇଡି ମାଗିଛନ୍ତି । ଦୀପିକାଙ୍କୁ ଯେମିତି ଜଣା ପଡିଛି ଗାର୍ଡ ଆଇଡି ମାଗୁଛନ୍ତି , ହଠାତ ବୁଲି ପଡି ବିନମ୍ରତା ସହ ପଚାରିଲେ , ଆଇଡି ଦରକାର? ଏବଂ ସାଙ୍ଗେସାଙ୍ଗେ ଆଇଡି କାଢି ଦେଖାଇଛନ୍ତି ।

 

View this post on Instagram

 

Thy shall always obey rules ? #deepikapadukone

A post shared by Viral Bhayani (@viralbhayani) on

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି ଏବଂ ଯାହାକୁ ଭ୍ୟୁୟର୍ସଙ୍କର ମିଳାମିଶା ରେସପନ୍ସ ମିଳିଛି ଏବଂ ସିକ୍ୟୁରିଟି ଗାର୍ଡଙ୍କର ମଧ୍ୟ ପ୍ରଶଂସା ହେଉଛି । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦୀପିକା ମେଘନା ଗୁଲଜରଙ୍କ ଫିଲ୍ମ ଛପାକାରେ ଏସିଡ ସର୍ବାଭାଇବର ଭୂମିକାରେ ନଜର ଆସିବେ । ଫିଲ୍ମରେ କୋଷ୍ଟାର ବିକ୍ରାନ୍ତ ମେସି ଅଛନ୍ତି । ଫିଲ୍ମ ୧୦ଜାନୁୟାରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More